ପ୍ରେମର ପରିଭାଷା
ପ୍ରେମର ପରିଭାଷା
ପ୍ରେମ ହୃଦୟରୁ ଆତ୍ମାକୁ ଛୁଏଁ
ପ୍ରେମ ପ୍ରେମମୟ କରି
ପୁଣ୍ୟତା ଦିଏ
ଦେବାରେ ଆନନ୍ଦ ଅନୁଭବ କରେ।
ପ୍ରେମରୁ ଘୃଣା ଯିବା ରାସ୍ତାରେ
ପ୍ରତିଶୋଧର
ରଂଗଶାଳା ଟିଏ ପଡେ
ଆସକ୍ତ ହେଲେ ସର୍ବନାଶ ।
ବିଶ୍ବାସ
ମନ୍ଦିରଟିଏ ବି ଥାଏ
ଅଣ ଦେଖା କଲେ ବିପଦ।
ଭରସା
ହସ୍ପିଟାଲ୍ ଟିଏ ଦେଖାଦିଏ
ଉପଯୁକ୍ତ ସମୟରେ
ଉପଚାର କଲେ
ଆରୋଗ୍ୟ ହେବାର
ସମ୍ଭାବନା ଟିଏ ଥାଏ ।
କ୍ରୋଧ, ଅବିଶ୍ବାସ
ଭୁଲ୍ ବୁଝାମଣା ବନ୍ଧୁମାନେ ବି
ପାଖେ ପାଖେ ଥାଆନ୍ତି
ଟିକେ ହୁସିଆର ରହିବେ,
ନ ହେଲେ ସମ୍ପର୍କ ବାଡ଼ି
ଅଚିରେ ନାଶ ଯିବ ଜାଣିବେ।