ପ୍ରେମର ପରିଭାଷା
ପ୍ରେମର ପରିଭାଷା
ଏକା ଚାଲୁଥିଲି ଜୀବନ ରାସ୍ତାରେ
ତୁମ ସାଥେ ହେଲା ଦେଖା
ସେହି ଦିନ ଠାରୁ ମନ ଡାଏରୀରେ
ତୁମ ନାମ ହେଲା ଲେଖା !
ଅମାବାସ୍ୟା ରାତି ଘୁଞ୍ଚିଗଲା ମୋର
ଜୀବନର ଆକାଶରୁ
କେତେ ତାରାଫୁଲ ସାଥି ହୋଇଗଲେ
ତମ ହାତ ଧରୁ ଧରୁ !
ଅଳପ ଲାଜେଇ ଆଖିରେ ତମର
ଯାଦୁ'କି ରହିଛି ସତେ
ପ୍ରେମ-ପରିଭାଷା ଏମିତି ଫୁଙ୍କିଲ
କିମିଆଁ କରିଲା ମୋତେ !

