ପ୍ରେମର ପରିଭାଷା
ପ୍ରେମର ପରିଭାଷା
ଆସ ଆସ ପ୍ରିୟତମା ଆସ ମୋର କୋଳେ l
କାତର ଲଭୁଛି ମନ ଡହକ ବିକଳେ l
ବୁଝିଅଛ ସହଜରେ ପ୍ରେମ ପରିଭାଷା l
ଆନନ୍ଦ କୌଶଳ ଚିନ୍ତି କରି ଅଛି ଆଶା l
ଦଳିତ ହେଉଛି ଧନ ମୋ ଶାନ୍ତ ଜୀବନ l
ତୁମ ବିନା ନାହିଁ କିଛି ଭାବର ମିଳନ l
ମରୁଅଛି ଝୁରି ନାହିଁ ମୋର ଶେଷ ରାତି l
ପୀରତି ଆଶ୍ରୟ ଆଶା ଫେରାଇଛି କତି l
ମୁଁ ରାଜ କୁମାର ପ୍ରେମ ରଥେ ଏକା ରଥୀ l
ପ୍ରେମର ଯୁଦ୍ଧରେ ମୋର ବିବେକ ମୋ କତି l
କରିବାକୁ ନିୟତିର ନିରଧୂମ ସଂହାର l
ବଳ ଦେହ ପରାକ୍ରମ ଜାଗ୍ରତ ପ୍ରଖର l
ମୋର ପ୍ରାଣ ଲକ୍ଷ୍ମୀ ଭାଗ୍ୟ ବତୀ ମୋ ଇନ୍ଦିରାl
ମୁଁ କୁମାର ତୋହର ଯେ ହୋଇ ଅଛି ହୀରା l
ନ ଛାଡ଼ିବି ବଂଚିବା ପର୍ଯ୍ୟନ୍ତ ତୋର ଦେହ l
ଛୁଇଁ କହୁଅଛି ମୋର ନୁହଇ ସନ୍ଦେହ l
