STORYMIRROR

Kusum Panda

Inspirational

3  

Kusum Panda

Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
223


ପ୍ରେମ ଥିଲା ମନେ ସାଇତି ରଖିଲି ଅକୁହା ବନ୍ଧନେ ସଢି

 କେତେ ରଙ୍ଗ ଢଙ୍ଗ କେତେ ଭିନ୍ନ ରୂପ ଦେଖୁଥାଏ ମନେ ପଡି/


 ଦେଖି ପରବତ ଲେଖେ ଶୀର୍ଷକ କାହାଣୀ ଜୀବନୀ ଧାରେ

 ଶ୍ରଦ୍ଧା ଭରା ଶବ୍ଦ ରହେ କାହିଁ ଶତ ପ୍ରତିଶତ ମନ ବାରେ/


 ଫୁଲ ପେନ୍ଥାମାନେ ହସୁଥିଲେ ଦେଖି ସେଦିନ ସନ୍ଧ୍ୟାର ଠାଣି

 କେତେ ମନଲୋଭା ଚାରି ପାର୍ଶ୍ୱ ମୋର ଆଖି ନେଲା ମୋତେ ଟାଣି/


 ଦୂରରୁ ଆକାଶ ଡାକିଲା ଚାନ୍ଦକୁ ମୋ କୋଳେ ଖେଳିବୁ ଆ

 ମେଘକୁ ଡାକିଲି ବରସିବୁ ଆଜି ମୋ ପ୍ରିୟା ପାଖକୁ ଯା/


 ପଛରୁ ପବନ କରି ସିରି ସିରି ଘନ ବାଦଲର ହାଇ।   

 ଥିଲ ଅବା କାହିଁ ଆସିଗଲ ତୁମେ ମନର ଶିଖର ଡେଇଁ/


 ସତ୍ୟର ଆଗରେ କଥା କୁହା ସବୁ ଭାବରେ ରଖିଲେ ବହି  

 ମିଥ୍ୟା ସତ୍ୟପାଠ ଦାଖଲ କରିଲ କିଏ କହିଥିଲା କହି/


 ପ୍ରେମ ଥିଲା ମିଛ ସାଇତି ରଖିଲ ଖେଳ ଖେଳିଗଲ ହୋଇ

 ବାହାନା ବଖାଣି ବାହାବା ମାରିଲ ଆଗକୁ ଆଗକୁ ଯାଇ /


 ଚେର ମାଡି ନେଲ ଏ ମାଟି ପବନ ବିଶ୍ଵାସରେ ବିଷ ଦେଲ

 ପ୍ରତାରଣା କିଏ କାହାକୁ ଦେଇଛି ସମ୍ପର୍କର ଗାର କଲ/


 ଆସି କହୁଅଛ ଆହୁରି କେତେ ଯେ କେତେ ଭିନ୍ନ ଭିନ୍ନ ନାମ 

 ସଂସାର ମାୟାରେ ମାୟା ହେଲା ସେତ ତିକ୍ତତାର ପରିଣାମ /


 ଖେଳ ନୁହଁ ଥିଲା କାଳ ମୋର ପାଇଁ ହେଲ ଜାଣି ଜାଣି କଥା 

 ପ୍ରକୃତି ଉପରେ ଅସମ୍ପୂର୍ଣ୍ଣ ସ୍ଥିତି କରି ଦେଖୁଥାଅ ବ୍ୟଥା/


 ମନ ଫୁର୍ତ୍ତି ରଖି ଜୀବନ ମାରିଲ ପରର କଥାରେ ପଡି

 ହୀନିମାନ ହେଲା ଅଭାବୀ ମନଟା ସହି ପାରୁନାହିଁ ଏଡି 


 ପ୍ରେମର ପାଲିଙ୍କି ବିମାନରେ ବସି ଶୁଣି ରହେ ହାରି ଗଲି

 ହାରି ନାହିଁ ମୁହିଁ ଜୀବନ ରଖିଛି ରହିବି ସଂସାରେ ଚାଲି


 ଅଭିଶାପ କିମ୍ବା ଆଶୀର୍ବାଦ ଏହା କହିକି ପାରୁନି ଏବେ

 କପାଳ ଲିଖନ କେ କରିବ ଆନ ଶୁଣେ କୋଇଲିର ରାବେ /

  

 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational