STORYMIRROR

Prashanta Padhan

Romance

3  

Prashanta Padhan

Romance

ପ୍ରେମର ମୃଦୁ ସ୍ପର୍ଶ

ପ୍ରେମର ମୃଦୁ ସ୍ପର୍ଶ

1 min
108

ପହିଲି କିରଣ ପାଦ ଥାପେ ଯେବେ

ପୃଥିବୀର ଅଗଣାରେ

ତୁମ ପ୍ରତିବିମ୍ବ ଭାଙ୍ଗେ ମୋର ନିଦ

ସପନର ସହରରେ ।।

ବହୁଥାଏ ପୁଣି ଶୀତଳ ସମୀର

ସୀମାହୀନ ଇଲାକାରେ

ରଜନୀଗନ୍ଧା ବି ସୁବାସ ହରାଏ

ତୁମ ଦେହ ମହକରେ ।।

ଅଧରେ ତୁମର ମିଠା ମିଠା ହସ

ମତୁଆଲା ମୋତେ କରେ

ବିନା ମାଦକରେ ହୁଏ ମୁଁ ବେହୋସ

ତୁମ ପାଉଁଜିର ସୁରେ ।।

ନଦୀ ତ ହରାଏ କୁଳୁକୁଳୁ ନାଦ

ହୁଏ କିବା ଶବ୍ଦହୀନ

ରୁଣୁଝୁଣୁ ତୁମ ଚୁଡ଼ିର ଶବଦେ

ସମୁଦ୍ରରେ ହୁଏ ଲୀନ ।।

ଟୋପାଟୋପା ପାଣି ବେଣୀରୁ ତୁମର

ଝରି କରେ ମୋତେ ଓଦା

ପ୍ରଣୟିନୀ ସାଜି ଚାଲିଯାଅ ଦୂରେ

ରଖିଦେଇ ପ୍ରେମ ଅଧା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance