STORYMIRROR

Chittaranjan Parida

Romance

3  

Chittaranjan Parida

Romance

ପ୍ରେମର ଗଜଲ

ପ୍ରେମର ଗଜଲ

1 min
153

ବସନ୍ତର ଫଗୁ ବାତ୍ୟାୟନେ

        ଶୃଙ୍ଗାର ରାଗିଣୀ

ଅତୀତର ଗାଥା, ପୁଲକର ଛଟା

ବ୍ୟଥିତ ହୃଦୟେ ତୁମର କାହାଣୀ ।

ତୁମ ଷୋହଳଟି ବସନ୍ତର ଅବୟବ

  ମାର୍ବଲପ୍ରସ୍ତରର ଗଢଣୀ,

କୁଞ୍ଚୁ କୁଞ୍ଚୁ ଗଣ୍ଡମଣ୍ଡିତ କେଶ

 ଆଉ କଟାକ୍ଷ ଚାହାଣୀ ।

ସୌଷ୍ଠବ ମୁଖ ପରେ ଦୋଳିତ ଭ୍ରୂଲତା

 ପାଶ୍ଚାତ୍ୟର ମୋନାଲିସା,

ଚିବୁକରେ ଚନ୍ଦ୍ରମାର କଳାଜାଇ

 ଚୁମ୍ବନର ଅଭିପ୍ପସା ।

ହାସ୍ୟର ତରଙ୍ଗେ ଓଷ୍ଠରେ ବିଦେଶୀ ରଙ୍ଗ

ଅସ୍ତମିତ ସୂର୍ଯ୍ୟର ଦୃଶ୍ୟ,

ଗ୍ରୀବାର କମ୍ପନେ ଉଦ୍ଭାସିତ ତୋର

କାମନାର ଅବ୍ୟକ୍ତ ରହସ୍ୟ ।

ପ୍ରଶସ୍ଥ ବୁକୁରେ ଯୁଗ୍ମ ସୁଶୋଭିତା

ହିମାଳୟର ସ୍ଵପ୍ନ,

କଟିଦେଶେ ମରାଳୀର ଭ୍ରମ

ତୋର ଲୋଭୀତ ଯୌବନ ।

ତୋର ଯୌବନ କାନନର ନିର୍ଝରଣୀ କୂଳେ

ଶୀକାରୀର ଲୋଭ,

ବାହୁର ନିବିଡ଼ ବନ୍ଧନେ ମିଥ୍ୟା ଗରମ

ମିଳନର ରବ ।

          


Rate this content
Log in

Similar oriya poem from Romance