STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

ପ୍ରେମର ଧୋକା

ପ୍ରେମର ଧୋକା

1 min
179


ପ୍ରେମ ଅଟେ ଭାଇ

ଶାଶ୍ଵତ ସୁନ୍ଦର

ସଭିଏଁ ଜାଣି ଅଛନ୍ତି,

ପ୍ରେମ ର ମଧୁର

କେତେ ଯେ ଅଧିକ

ମନେ ସବୁ ରଖିଛନ୍ତି।


ସେମାନେ ଜଗତେ

ଅତି ଭାଗ୍ୟବାନ

ଏହି ସଂସାରେ ଯେ ଭାଇ,

ଖୁସି ମିଜାଜ୍ ରେ

କାଟି ଥାନ୍ତି ଦିନ

ପ୍ରେମର ପରସ ପାଇ।


ପ୍ରେମ ଧୋକା ସତେ

କେତେ ଦୁର୍ବିସହ

ହତ ଭାଗା ଯିଏ ଜାଣେ,

ଏହି ଜୀବନକୁ

ସଂସାର ମଧ୍ୟରେ

ବସ ତୁଲ୍ୟ ସେହି ମଣେ।


ପ୍ରେମିକା ଠାରୁ ଯେ

ଶକ୍ତ ଧୋକା ପାଇ

ପ୍ରେମିକ ଦୁଃଖରେ ରହେ,

ପ୍ରେମିକ ଠାରୁ ଯେ

ପ୍ରତାରଣା ପାଇ

ପ୍ରେମିକା ନିଜେ ଯେ ସହେ।


କେତେ ଯେ ପ୍ରତାପ

ପ୍ରେମ ଧୋକା ଜ୍ଵାଳା

ପାଇବା ଲୋକ କହିବ,

ଯିଏ ପାଇ ନାହିଁ

ଏହି ପରି ଧୋକା

ସେ କାହିଁ ହେ ଜାଣି ପାରିବ?


ବାହ୍ୟ ଚିଜ ନୁହେଁ

ଏହି ଧୋକା ଜ୍ଵାଳା

ଦେଖାଇ ହେବ ଅନ୍ୟକୁ,

ନିଜ ମନ ମଧ୍ୟେ

ସହି ସେହି ଜ୍ଵଳା

ନିନ୍ଦଇ ଖାଲି ଭାଗ୍ୟକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance