STORYMIRROR

Prashanta Padhan

Tragedy

3  

Prashanta Padhan

Tragedy

ପ୍ରେମର ଆରମ୍ଭ ଇତି

ପ୍ରେମର ଆରମ୍ଭ ଇତି

1 min
294

ଆଖି କରିଥିଲା ପ୍ରେମର ଆରମ୍ଭ

ଯୌବନର ପାଦଦେଶେ

ସେଇ ଆଖି ପୁଣି ଝରାଏ ଶ୍ରାବଣ

ଲୁଚିଲୁଚି  ଛଦ୍ମବେଶେ  ।।

ହୃଦୟଟା ଦିନେ ହଜି ଯାଇଥିଲା

ପ୍ରେମର ମହାମନ୍ତ୍ରରେ

ସେ ହୃଦୟ ପୁଣି ହାରିଗଲା ଆଜି

ପ୍ରେମର ପଶାପାଳିରେ  ।।

ମନର ଦେଶରେ ଉଇଁଥିଲା ଜହ୍ନ

ଝରିଥିଲା ମିଠା ଜୋସ୍ନା

ସେଇ ମନେ ଏବେ ବିଚ୍ଛେଦର ଜ୍ବାଳା

ଲଗେଇ ଦେଇଛି ନିଆଁ  ।।

ଓଠ କହିଥିଲା ଅଢ଼େଇ ଅକ୍ଷର

ଛୁଇଁଥିଲା କାହା ଓଠ

ସେଇ ଓଠ ଆଜି ନୀରବି ଯାଇଛି

ଯେମିତି ଅଲୋଡ଼ା ତୁଠ  ।।

ଦେହ ଦେଉଳରେ ସାଜିଥିଲା ପ୍ରେମ

ମୂର୍ତ୍ତିଟିଏ   ପୂଜକର

ସେ ଦେହଟା ଆଜି ଶବଟିଏ ସାଜି

ଭିକ୍ଷା ମାଗୁଛି ମୃତ୍ୟୁର  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy