STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ନ)

ପ୍ରେମୋଦୟ ଚମ୍ପୂ (ନ)

1 min
223

ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )

(20)

ସଖି ପ୍ରତି ଶ୍ରୀକୃଷ୍ଣ

ରାଗ - ପିଲୁ - ଝମ୍ପା

ନାହିଁ ନ କର ନୀରଜ ମୁଖୀ ରେ (ଘୋଷା)

ନ ପାରି ମୁଁ ପାଶୋରି,

ନିରତେ ସେ କିଶୋରୀ-

ମୂରତୀ ନେତ୍ରେ ଅଛି ରଖି ରେ (1)

ନବ ନାଗରୀ ମୋର, ନୋହିଲେ ହୃଦେ ହାର

ଦେବି ମୁଁ ଜୀବନ ଉପେକ୍ଷି ରେ (2)

ନିର୍ଦ୍ଦୟ ପାପ ସ୍ମର, ସନ୍ଧି ବିନ୍ଧଇ ଶର

ନିରତେ ମରମକୁ ଜୋଖି ରେ (3)

ନବୀନା ରେ ବିନୟ,- କରି ଏବେ ହୃଦୟ

ଆଣିଦିଅ ତୋ ପ୍ରିୟସଖୀ ରେ (4)

ନାହିଁ ତ ମୋର ଆନ, ନାଗରୀ ରସେ ମନ

ଏଥକୁ ଜଗଦ୍ଦେବ ସାକ୍ଷୀ ରେ (5)


Rate this content
Log in

Similar oriya poem from Classics