ପ୍ରେମୋଦୟ ଚମ୍ପୁ (ଶ)
ପ୍ରେମୋଦୟ ଚମ୍ପୁ (ଶ)
(32)
ପ୍ରେମୋଦୟ ଚମ୍ପୁ
ରାଧାଙ୍କ ପ୍ରତି ସଖୀ
ରାଗ - ମଙ୍ଗଳ ଗୁଜ୍ଜରୀ - ଆଦିତାଳ
ସଖି, ନ ବସ ତୁ ଗୁମାନେ (ଘୋଷା)
ଶୁଣି ଶ୍ୟାମ ତୋର ବାଣୀ - ପ୍ରାଣ କଣ୍ଠତଟେ ଆଣି
ରଖିଲା ପରି ରେ ଦିଶେ ଅନୁମାନେ (1)
ଶରଦଚନ୍ଦ୍ରମା ମୁଖୀ - କରତୁ ଶ୍ୟାମକୁ ସୁଖୀ
ଅଧର ମଧୁର ସୁଧା ରସପାନେ (2)
ଶପତ କଲାଣି ବେଣୁ - ଛୁଇଁ ତ ନୀରଦତନୁ
ମନେ ହେଲେ ନ ରସିବି ବୋଲି ଆନେ (3)
ସହିରେ ତୁ ଦୟାବତୀ, - ବୋଲାଇ ନିଷ୍ଠୁର ଅତି -
ହେବାର ଆଜ ଗୋ ଘେନ ତୋତେ ଯେ ନ ମାନେ (4)
ସହରସେ ରାଜଇନ୍ଦୁ ଭଣଇ ସେ ପ୍ରାଣବନ୍ଧୁ
କର କରୁଣାକୁ ଦିବ୍ୟ ଅବଧାନେ (5)
