STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୁ (କ୍ଷ)

ପ୍ରେମୋଦୟ ଚମ୍ପୁ (କ୍ଷ)

1 min
334


ରାଧାଙ୍କ ପ୍ରତି ସଖୀ

କବି ସୂର୍ଯ୍ୟ ବଳଦେବ ରଥ

ରାଗ -ତୋଡି ଜଙ୍ଗଲା - ରୂପକ


କ୍ଷୀରୋଦ ଦାସ କରିଛି ସବୁ ପ୍ରକାଶ ରେ ସଙ୍ଗିନୀ (ଘୋଷା)

କ୍ଷମା ନକଲୁ ତଆମ୍ଭବୋଲେ ଶ୍ୟାମ ଦୋଷ

ସେ ମାନ କତୁରୀ ଦେଲା କି ଚତୁରୀ

ତା ଭୂରୁଭଙ୍ଗୀ ବିଳାସ ରେ (1)

କ୍ଷମ ନିକି ତୋତେ ଆମ୍ଭ କରିବାକୁ ତୋଷ

ମୋହିଲା ତୋ ମନ ଛଡାଇ ଗୁମାନ

ମୋହନ ସୁମନ୍ଦ ହାସ ରେ (2)

କ୍ଷୋଭ ନାହିଁ ଆମ୍ଭଙ୍କୁ ଯା ତେଜାଇଲୁ ପାଶ

ସଖି, ରଖି ତ ନପାରିଲୁ ଶ୍ରୀଅଙ୍ଗେ

ଚିର ସଙ୍ଗୀ ନୀଳ ବାସ ରେ (3)

କ୍ଷୀଣୋଦରି, ଶ୍ୟାମକୁ କଲୁ କି ନିଜ ଦାସ

ପରବ ଚନ୍ଦ୍ର ଗରବ - ହର ମୁଖୀ

ଆରମ୍ଭି ତ ଥିଲୁ ରାସ ରେ (4)

କ୍ଷୀର ରଖି ନୀର ଉପେକ୍ଷିଲା ପରି ହଂସ

ଭାଷେ ଜଗଦ୍ଦେବ ତୋଶ୍ରୀଅଙ୍ଗ ବନ୍ଧୁ

କଲା ଶ୍ୟାମ ରସ ଶେଷ ରେ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics