STORYMIRROR

Ghanashyam Biswal

Tragedy

2  

Ghanashyam Biswal

Tragedy

ପ୍ରେମିକା

ପ୍ରେମିକା

1 min
103

ପରୀଟିଏ ହୋଇ ଆସିଲା

ସପନରାଣୀ ମୋ ହୋଇଲା

ହୃଦୟରେ ମୋର ଘର କରି ପୁଣି

ପ୍ରେମଗୀତି ଗାଇ ନାଚିଲା

ହାରିଲା ଜୀବନ ହସିଲା

ମରିଲା ଜୀବନ ଜିଇଁଲା

ଶୁଖା ମନ ମୋର ଓଦା କଲା ସିଏ

ବରଷା ହୋଇ କି ଭିଜିଲା


ଅଶୁଭ ଲଗନ ଆସିଲା

ପ୍ରିୟା ବେଇମାନି ସାଜିଲା

ନିରୀହ ହୃଦୟ ଭାଙ୍ଗିଲା ଚିରିଲା

ସପନ ମୋ ଚୂନା କରିଲା

ଝଡ଼ ପରି ସିଏ ଆସିଲା

ମନକୁ ଆଘାତ କରିଲା

ଅଧା ବାଟେ ହାତ ଛାଡିଗଲା ପ୍ରିୟା

ଏକା କରି ସେ ଚାଲିଗଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy