STORYMIRROR

Tilottama Panigrahi

Drama Tragedy

3  

Tilottama Panigrahi

Drama Tragedy

ପ୍ରେମିକା ବି ସମର୍ପିତା

ପ୍ରେମିକା ବି ସମର୍ପିତା

1 min
143


ପଢିଲି ଗଳ୍ପରେ, ପ୍ରେମ ସମ୍ବନ୍ଧରେ, ସ୍ଫୂର୍ତ୍ତିପ୍ରଦ ଆହ୍ଲାଦିନୀ , 

ପ୍ରିୟ ଓ ପ୍ରେୟସୀ, ମିଳନୀ ବିଶ୍ୱାସୀ, ହୃଦ୍ୟତାର ମନ୍ଦାକିନୀ । 

ପୂର୍ବଜନ୍ମାର୍ଜିତ, ଧାତା ନିର୍ଦ୍ଦେଶିତ, ବିବାହ-ବନ୍ଧନ ଭୋଗୁଁ , 

ପ୍ରିୟା ଦୁର୍ଭାଗ୍ଯରୁ ଘରଣୀ ନ ହେଲେ, ସ୍ୱୈରିଣୀ, କି, କାହା ଯୋଗୁଁ ? 


ପତି ବିଯୋଗରେ, ପ୍ରଣୟିନୀ ମରେ, ବଞ୍ଚି ଥାଉଁ ଥାଉଁ ନିତି , 

ପରିଚ଼ିତା ଶପ୍ତା, ବୈଧବ୍ଯେ ହୀନସ୍ତା, ଆଚରଣେ କରେ ସତୀ । 

ପ୍ରେୟସୀ କେବେ ବି, ଫାଇଦା ନ ଭାବି, ପ୍ରେମ କରିଥାଏ ନିଜେ , 

ପ୍ରିୟ ବିଚ୍ଛେଦରେ, ଜୀଇଁବାକୁ ଭଲେ, ଗ୍ରାହକ କିପରି ଖୋଜେ ! 

>

ପଟାପଟି ମିଷ୍ଟ, ସୁବଚନ ଶିଷ୍ଟ, ପ୍ରେମୀ କେବେ ଲୋଡ଼େ ନାହିଁ , 

ପୀରତି ସ୍ୱଭାବ,ସ୍ୱତଃସ୍ଫୂର୍ତ୍ତ ଭାବ, ବ୍ଯସ୍ତତା ଦିଏ ସୂଚେଇ । 

ପ୍ରତ୍ୟର୍ପଣ ପ୍ରୀତି, ଅନସୂୟ ରତି, ଭାବାନୁରାଗୀ ଆଶାୟୀ , 

ପରହିତବ୍ରତୀ, ସମାଦର ମତି, ପ୍ରିୟତମା ଅନୁଧ୍ଯାୟୀ । 


ପତ୍ନୀ ଅଧିକାର, ବୈଧବ୍ଯ ଧବ ର, ସ୍ୱୀକାରର ଅଭିରତା , 

ପୂର୍ବରାଗ ସ୍ମରି, ଅଦୃଷ୍ଟ ଜାବୁଡ଼ି, ପ୍ରେମିକା ସେ ସମର୍ପିତା ।

        


            


Rate this content
Log in

Similar oriya poem from Drama