STORYMIRROR

Kabiratna Nutan Kumar Behera

Drama Action Inspirational

3  

Kabiratna Nutan Kumar Behera

Drama Action Inspirational

ଆଖି ରହେ ଲାଖି ସୁନାବେଶେ ଦେଖି

ଆଖି ରହେ ଲାଖି ସୁନାବେଶେ ଦେଖି

1 min
15


ସୁନେଲି ଶ୍ରୀକ୍ଷେତ୍ରେ

       ଶ୍ରୀଜଗନ୍ନାଥ ସୁନାର ଦିଅଁ,

ସୁନାବେଶେ ଶୋଭେ

       ରଙ୍ଗ ଅଧର ସୁନାର ମୁହଁ।

ଆହା କି ସୁନ୍ଦର 

    ସୁନାବେଶେ ମୋ କଳାଠାକୁର,

ଦିଶେ ମନୋହର

       ରୂପ କାନ୍ତିରେ ମଣିମୁକ୍ତାର।

ହଟେନା ନଜର

       ଅପଲକ ଏ ନୟନ ମୋର,

ଠାଣି ମୁଗ୍ଧକର 

      ବ୍ରହ୍ମାଣ୍ଡେ ତୁଳନା ନାହିଁ ତାର।

ଆଷାଢ଼ ମାସର

        ଶୁକ୍ଳ ପକ୍ଷ ଏକାଦଶୀ ଦିନ,

ରଥେ ମହାପ୍ରଭୁ

       ସୁନାବେଶେ ଦିଅନ୍ତି ଦର୍ଶନ।

ବାହୁଡା ବିଜୟ

        ପରେ ଆସଇ ଏ ଶୁଭଦିନ,

ଦେଖି ଭକ୍ତଜନ

        ତନ୍ମୟେ ହୁଅନ୍ତ ଏକଧ୍ୟାନ।

ଚତୁର୍ଦ୍ଧା ମୂର୍ତ୍ତିଙ୍କ

       ରାଜରାଜେଶ୍ଵର ସୁନାବେଶ,

ଝଲସି ଉଠନ୍ତି

      ନାନା ଅଳଙ୍କାରରେ ପ୍ରକାଶ।

ଆପାଦ ମସ୍ତକ 

         ସୁନା ଗହଣା ପିନ୍ଧି ହରଷ,

ଦୁର୍ଲ୍ଲଭ ଏ ବେଶ

     ଦେଖି ଦୂର ହୁଏ ଭୋକ ଶୋଷ।

ମଧ୍ୟାହ୍ନର ଧୂପ

        ପରେ ବେଶ ହୁଏ ଅନୁଷ୍ଠିତ,

ଆଖି ରହେ ଲାଖି

        ଭକ୍ତ ମନ ପ୍ରାଣ ବ୍ୟାକୁଳିତ।

ଜଗତ ଜୀବନ

       ଦିବ୍ୟ ବେଶେ ଥାନ୍ତି ସୁସଜ୍ଜିତ,

ସେ ଦିବ୍ୟ ସ୍ଵରୂପ 

        ଦେଖି ଆନନ୍ଦ ପାଏ ଭକତ।

ଅପାର ମହିମା

        ମହାପ୍ରଭୁଙ୍କ ବେଶ ଅଶେଷ,

ଅନ୍ତ ନାହିଁ ଯା'ର

        ଦୟାମୟ ସିଏ ଜଗଦୀଶ।

ରତ୍ନ ସିଂହାସନେ

       ବସି ସେ ମୁଖେ ଫୁଟାନ୍ତି ହସ,

କୃପାରେ ତାଙ୍କର

       ସୁଖେ ବିତି ଯାଉ ବାର ମାସ।

ଦୟାମୟ ପ୍ରଭୁ

       ଢ଼ାଳି ଦିଅନ୍ତୁ ତାଙ୍କର ଆଶିଷ,

ପ୍ରଣମେ ଚରଣେ

       ତାଙ୍କ 'ଠି ରହୁ ଅତୁଟ ବିଶ୍ଵାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama