STORYMIRROR

Kabiratna Nutan Kumar Behera

Drama Action Classics

3  

Kabiratna Nutan Kumar Behera

Drama Action Classics

ପବିତ୍ର ରଥଯାତ୍ରା

ପବିତ୍ର ରଥଯାତ୍ରା

1 min
9

       ପବିତ୍ର ରଥଯାତ୍ରା


✍️କବିରତ୍ନ ନୂତନ କୁମାର ବେହେରା 


ଓଡ଼ିଆ ଜାତିର ଆରାଧ୍ୟ ଠାକୁର

         ତୁମେ ହେ ଶ୍ରୀକ୍ଷେତ୍ରମଣି,

ତୁମେ ଜଗନ୍ନାଥ ତୁମେ ବିଶ୍ବନାଥ

           ତୁମକୁ ମୋର ମାଗୁଣି,

ମନରେ ଭାବନା ହୃଦୟେ ଭକତି

           କରୁଛି ହେ ନୀଳମଣି।

ଦେଖିବାକୁ ତୁମର ରଥ ଯାତରା

           ଉଚ୍ଛନ୍ନ ହୁଏ ମୋ ମନ,

ବରଷକେ ଥରେ ଶ୍ରୀମନ୍ଦିର ଛାଡ଼ି

          ଆସ ହେ ପତିତପାବନ,

ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା

           ସଙ୍ଗତେ କର ଗମନ।

କି ସୁନ୍ଦର ତୁମ ଶୋଭା ଶିରୀ ଘେନି

           ତିନି ରଥେ ହୁଅ ବିଜେ,

ନନ୍ଦିଘୋଷ ତାଳଧ୍ଵଜ ଦୁଇ ରଥ

         ତୁମ ବେନି ଭାଇଙ୍କ ଯେ,

ଭଉଣୀର ଦେବଦଳନ ରଥଟି

          ମଝିରେ ଥାଏ ମଉଜେ।

ବଡ଼ଦାଣ୍ଡେ ବଡ଼ଭିଡ଼ ସର୍ବଜନେ

           ଦେଖନ୍ତି ତୁମ ଯାତରା,

ଯାଅ ତୁମେ ମାଉସୀ ଗୁଣ୍ଡିଚା ପୁରେ

           ଏ ଯାତ ତୁମ ନିଆରା,

ଦେଖି ଆତ୍ମା ଶାନ୍ତି ନୟନ ପବିତ୍ର

           କରିଥାନ୍ତି ବିଶ୍ଵସାରା।

ଜାତି ଧର୍ମ ବର୍ଣ୍ଣ ସର୍ବ ପାଇଁ ତୁମେ

            ଆସି ଦିଅ ଦରଶନ,

ଆଶିଷ ପ୍ରଦାନେ ସବୁରି କଲ୍ୟାଣେ

            ରତଥାଅ ଜନାର୍ଦ୍ଦନ,

ତୁମେ କୃପାସିନ୍ଧୁ ଦୟାର ସାଗର

            ଭକ୍ତଜନର ଜୀବନ।

ଦେଖି ତୁମ ରଥଯାତ୍ରା ମିଳେ ତୃପ୍ତି

           ଭୁଲିଯାଏ ଦୁଃଖକଷ୍ଟ,

ଜଗତ ଠାକୁର ଜଗତ ଜନର

           ତୁମେ ସଭିଙ୍କ ଘନିଷ୍ଠ,

ଥିଲେ ତୁମ ଶୁଭେଚ୍ଛାର ଶୁଭଦୃଷ୍ଟି

            ପୂରଣ ହୁଏ ଅଭୀଷ୍ଟ।

   

     କୋହି,ବାରିପଦା,ମୟୂରଭଞ୍ଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama