STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

କରୁଛି ମିନତି ଶୁଣ ହେ ଶ୍ରୀପତି

କରୁଛି ମିନତି ଶୁଣ ହେ ଶ୍ରୀପତି

1 min
17


ଢ଼ାଳି ମୁଁ ପ୍ରଣତି କରୁଛି ମିନତି,  

      ଘେନି ମୋ ଭକତି ଶୁଣ ହେ ଶ୍ରୀପତି।

ନୁହେଁ ମୁଁ ଭକତ ଭାବରେ ବିଖ୍ୟାତ,

          ମୁଁ ଏକ ପତିତ ଦୀନ ଅରକ୍ଷିତ।

କୃପାରେ ତୁମର ଆସିଛି ସଂସାର,

       ତୁମ ଛଡ଼ା ମୋର ଅଛି କେ ନିଜର।

ତୁମେ ମହାପ୍ରଭୁ ଜଗତରେ ସବୁ,

         ଡାକୁଛି ତୁମକୁ ଶୁଣ ମହାବାହୁ।

ସଭିଏଁ କୁହନ୍ତି ପ୍ରାଣୀ ହିତ ଚିନ୍ତି,  

          ଘୁଞ୍ଚାଅ ବିପତ୍ତି ଦିଅ ସୁଖ ଶାନ୍ତି।

ତୁମେ ସଭିଙ୍କର ଧରି ଭାଗ୍ୟ ଡ଼ୋର  

         କର୍ମ ଦେଖି କର ଉଚିତ ବିଚାର।

ଦେଖି ଧର୍ମ ବଳ ଦିଅ କର୍ମଫଳ,

          ସବୁରି ମଙ୍ଗଳ ହୁଏ ଚିରକାଳ।

ତଥାପି କାହିଁକି ହୋଇ ଅବିବେକୀ,

      ମଣିଷ ଏକାକୀ ଖେଳେ ଶୂନ ଛକି ?

ଧରି ତୁମ ନାମ କରେ ହୀନ କାମ,

      ଅଯଥାରେ ଭ୍ରମ କରେ ସେ ଅସୀମ।

ଖୋଦି ଖୋଜି ସୁଖ ଭୋଗେ ଯେତେ ଦୁଃଖ  

         ନେଇ ମିଛ ପକ୍ଷ ହୁଅଇ ବିମୁଖ।

ସତ୍ୟ ପଥେ ଲୟ ନରଖି ଅଥୟ

        ହୁଏ ତା' ହୃଦୟ ବରେ ପରାଜୟ।

ତୁମେ ଦୟାମୟ ହୋଇଣ ସଦୟ 

         ପାପ କରି କ୍ଷୟ କରାଅ ବିଜୟ।

ଆହେ ଜଗନ୍ନାଥ ଦେଖାଅ ସୁପଥ

         ଚାଲୁ ଯଥାଯଥ ଏ ଜୀବନ ରଥ।

ତୁମକୁ ଆପତ୍ତି କରେ ମୁଢ଼ମତି 

        ଦୁଃଖୀର ମିନତି ଶୁଣ ହେ ଶ୍ରପତି।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract