STORYMIRROR

Umashankar Satpathy

Romance

3  

Umashankar Satpathy

Romance

ପ୍ରେମାନୁଭବ

ପ୍ରେମାନୁଭବ

1 min
261


ଜୋଛନାର ଲାଜ ଲାଜ ଭାବ 

  ସାଗରର ଉଛୁଳା ତରଙ୍ଗ

 ଝରଣାର ସ୍ୱର ଝଙ୍କାର


  ବର୍ଷାର ତାନ୍

 ଆକାଶର ନୀଳିମା

ଆଉ ତାରଫୁଲର ସଂଯୋଜନାରେ ତ ପ୍ରେମ!


 ବଞ୍ଚିବାର ଦିବ୍ୟ ଉପକରଣ

   ଜୀବନର ବିଶିଷ୍ଟ ବିଭବ

 ଅନୁରାଗର ସ୍ୱୀକୃତି

   ଭିତ୍ତିଭୂମି ଭାବେ

 ଅନୁଭବର ଚାରୁଚିତ୍ରପଟ ।


 ତୀବ୍ରତା ପ୍ରଣୟ ମନର

  ଏହା ହିଁ ତ

  ଗାୟତ୍ରୀ ମନ୍ତ ଜୀବନ ବେଦର


  ସଂଗୁପ୍ତ ଆନନ୍ଦର

   ଉଦାର ମଧୁର ରୂପଟି

  ପ୍ରେମାନୁଭବର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance