STORYMIRROR

Smruti Sephali Meher

Romance

3  

Smruti Sephali Meher

Romance

ପ୍ରେମ

ପ୍ରେମ

1 min
154


ରକ୍ତ ଗାେଲାପର ଶିଶିର ବିନ୍ଦୁରେ

ଯେବେ ଯେବେ ମୁଁ ଖାେଜେ

ପ୍ରେମର ସୁରଭି

ସାତସୁରେ ଗାଇଦିଏ

ପଶ୍ଚିମା ଆକାଶେ ହସୁଥାଏ ଶଶୀ

ଯେବେ ଯେବେ ମୁଁ ଦେଖେ

ଗଂଗଶିଉଳିର ମହକ

ଅବିରତେ ଝରିଯାଏ

ପ୍ରେମତ ଅମର ସିଏ ବି ସ୍ବର୍ଗୀୟ

ନ ହୁଏ ତାହାର ଶେଷ

ଯେବେ ଯେବେ ଭସା ବାଦଲରେ ହୁଏ

କଅଁଳ ହୃଦୟର ଭେଟ

ଝରଣା ଝରିତ ନଦୀରେ ମିଶ୍ରିତ

ଯେବେ ଯେବେ ଅନୁଭବେ

ହୃଦୟ ଆକାଶେ ପ୍ରେମ ଇନ୍ଦ୍ରଧନୁ

ବହୁରଂଗେ ଉଭାହୁଏ  

କାବ୍ୟଡାେରେ ବନ୍ଧା ପ୍ରେମର ପ୍ରସୂମ

ଯେବେ ଯେବେ ମହକୁଥାଏ 

ପ୍ରୟଜନର ଅକୁହା କଥନ 

ନୟନ ପ୍ରକାଶୁଥାଏ

ଗାେଲାପର ହସ ଝରଣାର ରସ

କହେ ଯେବେ ମୃଦୁ ଭାଷ

ପ୍ରେମର ଶ୍ରାବଣ ଷାେଳଟି ଫଗୁଣ

ଅଦିନରେ ଝରିଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance