STORYMIRROR

CHINMAYEE PRADHAN

Romance

3  

CHINMAYEE PRADHAN

Romance

ପ୍ରେମ

ପ୍ରେମ

1 min
187

ମନ ଥିଲା ମୋର ସାଧା କାଗଜଟେ 

ପ୍ରେମର କାଳିରେ ଲେଖିଲୁ ତୁ

ଲେଖୁ ଲେଖୁ ପୁଣି ସେଇ ଲେଖାକୁ

ନିଜ ହାତେ ପୋଛି ଦେଇ ଗଲୁ ତୁ ।

ଦେହ ଥିଲା କି ମୋ ମାଟି ଖେଳନା ଟେ ସାଥୀ

ମନ ନେଇ ଖେଳ ଖେଳିଲୁ ତୁ

ଖେଳୁ ଖେଳୁ ପୁଣି ସେଇ ଖେଳନାକୁ

ନିଜ ହାତେ ଭାଙ୍ଗିଦେଇ ଗଲୁ ତୁ ।

ହୃଦୟ ଥିଲା ମୋ ଶୂନ୍ୟ କୋଠରୀଟେ

ସେ ଘରେ ଆସି ରହିଲୁ ତୁ

ରହୁ ରହୁ ପୁଣି ସେ ଘରକୁ

ନିଜ ହାତେ ଜାଳିଦେଇଗଲୁ ତୁ ।

ତୋତେ ଭଲପାଇବା ଭୁଲ୍ ଥିଲା କି ମୋର 

ଥରେ ଆସି କହି ଦେଇଯା ତୁ

କାଇଁ ତୋତେ ଆଜିବି ଏ ମନ ଝୁରେ

ଏତେ ପ୍ରତାରଣା କଲା ପରେବି ତୁ ।


Rate this content
Log in

Similar oriya poem from Romance