STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

ପ୍ରେମ

ପ୍ରେମ

1 min
98

ପ୍ରେମ ବୋଲି ଯେଉଁ ଅଢେ଼ଇ ଅକ୍ଷର

ଆଣିଦେଲା ପ୍ରତାରଣା

ପ୍ରେମ ନାମେ ଯେଉଁ ନଦୀ ବହିଗଲା

ଦେଲା ଅନେକ ଯନ୍ତ୍ରଣା,

ସେ ପ୍ରେମ ନଦୀରେ ବୁଡ଼ ପକାଇଲି

ପାଇଲି କେତେ ଯାତନା

ପ୍ରେମ ବୋଲି ଯେଉଁ

ପ୍ରୀତିର ଗୋଲାପ ତୋଳିବାକୁ ଗଲି

ହାତରେ ଗଳିଲା କଣ୍ଟା

ସାହି ପଡ଼ିଶା ଏ' ଦେଖେଇ ଶିଖେଇ

ମାରିଲେ ଅନେକ ଚୁଣ୍ଟା,

ସଭିଏଁ ଚାହିଁଲେ ମେଣ୍ଟାଇବା ପାଇଁ

ନିଜର କାମ ବାସନା

ପ୍ରେମ ବୋଲି ଯେଉଁ

ତୋଳିଥିଲି ଯେଉଁ ଆଶାର ସଉଧ

ପ୍ରଣୟ ସପନେ ମାତି

ହାତଧରି ଯା'ର ବାଟ ଚାଲୁଥିଲି

ନରଖି ମନରେ ଭୀତି,

ପଳାତକ ସାଜି କେଉଁଠି ଲୁଚିଲା

ନ' ପାଏ ତାର ଠିକଣା

ପ୍ରେମ ବୋଲି ଯେଉଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract