STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ପ୍ରେମ

ପ୍ରେମ

1 min
209

ପ୍ରେମ ରେ ବହିଗଲେ ଥରେ 

ଜାଗେ ଚେତନା ଚୈତନ୍ୟ 

ପ୍ରେମରେ ମଜ୍ଜି ହଜ୍ଜି ଗଲେ ଥରେ 

ଭାବନାରେ ଉଦ୍ଭାବନ 

ପ୍ରେମରେ ଦେଖିଦେଲେ ସେ ରୂପ 

ମିଳଇ ଶାନ୍ତି ଆସ୍ଵାଦନ 

ପ୍ରେମରେ ଦେଖୁଥିଲେ ଥରେ 

ମଣିମା ଶୁଣ ମାଗୁଣି ନିବେଦନ 

ପ୍ରେମରେ ହସିଦେଲେ ଥରେ 

ଆଖିରୁ ଓଠ ଯାଏ ସେ କମ୍ପନ 

ପ୍ରେମରେ ଭକ୍ତି ଗଲେ ମିଶି 

ଆନନ୍ଦାଶ୍ରୁ ବହେ ଘନ ଘନ 

ପ୍ରେମରେ ପୁଲକ ଜାଗିଲେ ଥରେ 

ମଣିଷ ମନ ହୃଦୟେ କମ୍ପନ 

ପ୍ରେମରେ ଭିଜିହଜିମଜି ଗଲେ ଥରେ 

କେବଳ ଜଣାଣ ଭଜନ କୀର୍ତ୍ତନ 

ଓଦା ହୁଏ ଆଖିପତା ଥରେ 

ସେ ରୂପ କଲେ ସନ୍ଦର୍ଶନ ଓ ଦର୍ଶନ 

ପ୍ରେମରେ ବଶୀଭୂତ ସର୍ବେ ଏ ଜଗତେ 

ଅଜଣା ଜାଗରଣ ସଚେତନ 

ପ୍ରେମ ଗଲେ ହୋଇ ଥରେ 

ଜାଗୃତି ସଂହତି ସମ୍ବେଦନ 

ପ୍ରେମ ପାଇଁ ଏ ଧରାରେ 

ସଜୀଵ ନିର୍ଜୀଵ ଉତ୍ପନ୍ନ 

ନଈରେ ନାଉରୀ ଆଶାରେ ପହଁରି 

କରେ କର୍ମ ଧର୍ମ ମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract