STORYMIRROR

KRUTIBAS NAYAK

Romance Inspirational

3  

KRUTIBAS NAYAK

Romance Inspirational

ପ୍ରେମ

ପ୍ରେମ

1 min
182

   


ଖଟା ତେନ୍ତୁଳି ପାଚିଲେ ଲାଗେ ମିଠା ମିଠା,

କଲରା ପାଚିଲେ ଆଉ ଲଗେନାହିଁ ପିତା |(ଘୋଷା)


କଞ୍ଚା ବୟସର ପ୍ରେମ କରେ ବାଟବଣା,

ପାକଳ ପ୍ରେମରେ ହୁଏ ଭଲ ବୁଝାବଣା|

ମନ ପାକଳ ହୋଇଲେ ବୁଝିହୁଏ କଥା |

ଖଟା ତେନ୍ତୁଳି ପାଚିଲେ ଲାଗେ ମିଠା ମିଠା |(1)


କଅଁଳ ଘାସ ଫୁଲର ପାଖୁଡ଼ା ସୁନ୍ଦର,

ଟିକିଏ ପବନ ବାଜି ହୁଏ ନାରଖାର |

ମଲ୍ଲୀଫୁଲ ଜାଣେ ପ୍ରେମ ବିରହର ବ୍ୟଥା |

ଖଟା ତେନ୍ତୁଳି ପାଚିଲେ ଲାଗେ ମିଠା ମିଠା |(2)



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Romance