STORYMIRROR

Debabrata Jena

Romance

3  

Debabrata Jena

Romance

ପ୍ରେମ

ପ୍ରେମ

1 min
390

ପ୍ରେମ ଏକ ଭକ୍ତି ପ୍ରେମ ଏକ ମୁକ୍ତି

ପ୍ରେମ ସମର୍ପଣ ଭାଵ ।

ପ୍ରେମ ଏକ ଶକ୍ତି ପ୍ରେମ ଏକ ଜ୍ୟୋତି

ପ୍ରେମ ମିଠା ଅନୁଭବ ।।


ପ୍ରେମ ଏକ ଧର୍ମ ପ୍ରେମ ଏକ ମର୍ମ

ପ୍ରେମ ହୃଦୟ ସଂଗୀତ ।

ପ୍ରେମ ଏକ ସ୍ତୁତି ପ୍ରେମ ଏକ ଦ୍ୟୁତି

ପ୍ରେମ ହଳଦୀବସନ୍ତ ।।


ପ୍ରେମ କୃଷ୍ଣଚୁଡା ପ୍ରେମ ଫଲ୍ଗୁଧାରା

ପ୍ରେମ ମତୁଆଲା ବାଆ ।

ପ୍ରେମ ଶିହରଣ ପ୍ରେମ ସମୀରଣ

ପ୍ରେମ ସଂପର୍କର ନାଆଁ ।।


ପ୍ରେମ ସୁଧାଝରା ପ୍ରେମ ଅପାଶୋରା

ପ୍ରେମ ମଲୟର ବାସ୍ନା ।

ପ୍ରେମ ପ୍ରୀତିଛଂଦା ପ୍ରେମ ହୃଦସୁଧା

ପ୍ରେମ ବିଭାବରୀ ଜ୍ୟୋତ୍ସ୍ନା ।।


ପ୍ରେମ ଆରାଧନା ପ୍ରେମ ମୃଗତୃଷ୍ଣା

ପ୍ରେମ ମଧୁଛନ୍ଦା ସ୍ମୃତି

ପ୍ରେମ ସ୍ବପ୍ନଛଂଦା ପ୍ରେମ ସୁଧା ବୁନ୍ଦା

ପ୍ରେମ ବିରହର ଗୀତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance