STORYMIRROR

Pramod Kumar Jena

Romance

2  

Pramod Kumar Jena

Romance

ପ୍ରେମ

ପ୍ରେମ

11 mins
13.2K


ପ୍ରେମ ଏକ ଅତୀତର ମଧୂମୟ ସ୍ମୃତି

ମନ ସିନ୍ଦୁକରେ କିଏ ରଖିଛି ସାଇତି


ପ୍ରେମ ଏକ ଆଗ୍ନେୟର ତପ୍ତ ଉଦଗୀରଣ

କାହା ପାଇଁ ମନୋରମ କା ପାଇଁ ଦାରୁଣ


ପ୍ରେମ ବସନ୍ତର ବାସ ସଦ୍ୟ କୁସୁମରେ

ପ୍ରେମ କୋଇଲିର ସ୍ୱର ମଧୁର କଣ୍ଠରେ


ପ୍ରେମ ହିଁ ଶାଶ୍ୱତ ଏକ ଅମୃତର ଧାରା

ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା


ପ୍ରେମ ସୁବର୍ଣ୍ଣର ରଙ୍ଗ ଉତପ୍ତ ଅଗ୍ନିରେ

ପ୍ରେମ ମନୋରମ ଆଭା ମଣିମାଣିକ୍ୟରେ


ପ୍ରେମ ନୁହେଁ ପାଗଳର ଉଦ୍ଭଟ ପ୍ରଳାପ

ପ୍ରେମ ନୁହେଁ କଳଙ୍କିତ ପ୍ରାଣର ବିଳାପ


ପ୍ରେମ ଦରବାରେ ସର୍ବେ ଭିକାରୀ ସମାନ

କାହା ଭାଗ୍ୟେ ମରିଚୀକା କାରେ ମରୁଦ୍ୟାନ


ପ୍ରେମ ଈଶ୍ୱରଙ୍କର ଏକ ଅନବଦ୍ୟ ଦାନ

ଯା ପାତ୍ରେ ପଡିଲା ହୁଏ ତା ଜୀବନ ଧନ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance