STORYMIRROR

Rama chandra Pradhan

Romance

3  

Rama chandra Pradhan

Romance

ପ୍ରେମ

ପ୍ରେମ

1 min
370

💞💞ପ୍ରେମ 💞💞


ପ୍ରେମ ନୁହେଁ ଏକ ଧୂଳି ବାଲି ଘର 

    ଧୋଇ ଯିବ ଲହରିରେ 

ପ୍ରେମ ପରା ଏକ ସମ୍ପର୍କର ଡୋର 

    ରହିଥିବ ବିଶ୍ୱାସରେ... 

ପ୍ରେମ ନୁହେଁ ଏକ ଅଦିନିଆ ମେଘ 

   ଭାସି ଯିବ ପବନରେ 

ପ୍ରେମ ପରା ଏକ ଫୁଲର ସୁରଭି 

   ମହକିବ ଜୀବନରେ... 

ପ୍ରେମ ନୁହେଁ ଏକ କାଚର ଆଇନା 

   ଭାଙ୍ଗି ଯିବ ଆଘାତରେ 

ପ୍ରେମ ପରା ଏକ ପବିତ୍ର ବନ୍ଧନ 

   ତୁଟିବନି ସେ ରାଗରେ... 

ପ୍ରେମ ନୁହେଁ ଏକ ଫୁଲର ପାଖୁଡl

    ଝଡିଯିବ କ୍ଷଣିକରେ  

ପ୍ରେମ ପରା ଏକ ଆମ୍ବର ବଉଳ 

   ବାସୁଥିବ ହୃଦୟରେ... 

ପ୍ରେମ ନୁହେଁ ଏକ କାଗଜର ଡଙ୍ଗା 

   ଭିଜିଯିବ ବରଷାରେ 

ପ୍ରେମ ପରା ଏକ ମଳୟ ପବନ 

    ବହୁଥିବ ଆନନ୍ଦରେ... 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance