STORYMIRROR

pranati Mahapatra

Abstract

3  

pranati Mahapatra

Abstract

ପ୍ରେମ

ପ୍ରେମ

1 min
264

ସୃଷ୍ଟିର ଆରମ୍ଭରୁ ସୃଷ୍ଟି ପ୍ରେମ


ଅଦୃଶ୍ୟ ପୁଣି ତନୁ ମନଜିଣା,

ମଧୁର ପୁଣି ରୂପହୀନ

ଅଜାଣତେ କେତେବେଳେ ଯେ

ମନ ଗହନର ନିଭୃତେ

ଉଙ୍କିମାର

ମାଆର ମଧୁଛୁଆଁ ତ ପ୍ରଥମ ପ୍ରେମ,

ମଧୁର ଡାକ,ମଧୁର ଚୁମ୍ବନ ଆଉ ମଧୁପାନ

ବାପାଙ୍କର ଆଦର ଆଉ ପ୍ରେରଣା

ଆଦ୍ୟ ଜୀବନର ପ୍ରଥମ ପ୍ରେମର

ନିସ୍ଵାର୍ଥପର ପ୍ରେମ


ପରିବାର ସ୍ଵଜନଙ୍କର ମଧୁବୋଳା ପ୍ରୀତି

ଭାଇ ଭଉଣୀ ଜେଜେ ଜେଜେମା ଙ୍କର

ଆତ୍ମୀୟତା ତ ଅମୂଲ୍ୟ

ଜୀବନର ଅଭୁଲା ପ୍ରେମ


ଜ୍ଞାତି କୁଟୁମ୍ବ ପଡୋଶୀ ମାନଙ୍କର

ବାଲ୍ୟସାଥୀ,ସହପାଠୀ ଙ୍କର ସାହଚର୍ଯ୍ୟ

ଆପଣାର,ହୃଦୟସ୍ପର୍ଶୀ ସମ୍ପର୍କ

ଜୀବନର ଅନ୍ୟ ଏକ ପ୍ରେମ


ପ୍ରେମ ଚିର ସାଶ୍ଵତ,ସୁନ୍ଦର

ନିସ୍ଵାର୍ଥପର ପ୍ରେମ ଭଲପାଇବା

ଅଭୁଲା ସବୁବେଳେ

ସମସ୍ତଙ୍କ ଜୀବନରେ


Rate this content
Log in

Similar oriya poem from Abstract