STORYMIRROR

Tikeshwar Sahu

Romance

3  

Tikeshwar Sahu

Romance

ପ୍ରେମ

ପ୍ରେମ

1 min
171


ଜୀବନକୁ ଭଲପାଏ ବୋଲି ଗାଏ ମୁହିଁ ,

ଅନ୍ତରର କଥାବ୍ୟଥା ଢାଳିଦିଏ ତହିଁ |୧|

କେବେହେଲା ପ୍ରେମ ମୋତେ ଜାଣିନାହିଁ ମୋଟେ,

ଗୋଲାପର କୋମଳତା ଗଲାଛୁଇଁ ମୋତେ |୨|

ହୃଦୟଟା ଭିଜିଗଲା ପ୍ରେମାମୃତ ନୀରେ,

ପ୍ରେମନଈ ସୁଅପାଖେ ବସିଗଲି ଧାରେ |୩|

ଜୀବନର ପ୍ରିୟଜନ ପରିଭାଷା ଚିହ୍ନେ,

ଜିଇଁବାର ନୂଆଁଆଶା ନୂଆଁଭାଷା ଜନ୍ମେ |୪|

ବିଶ୍ବାସର ପ୍ରତିବିମ୍ବ ପ୍ରେମମୁଖେ ଦିଶେ,

ମଧୁମଧୁ ପ୍ରେମଦୀକ୍ଷା ମଧୁବନେ ଭାଷେ |୫|

ଆକାଶରୁ ସୁନିର୍ମଳ ଗଭୀରତା ଶିଖେ,

ପ୍ରେମଭାଷା ମିଶାଇଣ ଦୁନିଆଁକୁ ଦେଖେ |୬|

ଶିଖାଇଲା ପ୍ରେମନିଶା ବଞ୍ଚିବାର ରାହା,

ପାଇଗଲି ନୂଆଁବାଟ ପ୍ରେମ ହେଲା ସାହା |୭|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance