STORYMIRROR

Sunanda Mohanty

Romance Inspirational Thriller

3  

Sunanda Mohanty

Romance Inspirational Thriller

ପ୍ରେମ

ପ୍ରେମ

1 min
168

ପ୍ରେମ ବିନା ଜୀବନର ନାହିଁ ସତ୍ତା 

ପ୍ରେମ ନିସର୍ତ୍ତ ସର୍ତ୍ତର ଆଞ୍ଜୁଳେ ଅଞ୍ଜଳି 

ପ୍ରେମ ପୁଲକ ପ୍ରାଣରେ ମହକିତ କାକଳୀ 

ପ୍ରେମ ବିରହ ବିଧୁରା ରାଗିଣୀ 

ପ୍ରେମ ମନ ବୃନ୍ଦାବନର ତୁଳସୀ 

ପ୍ରେମ ହୃଦୟର ପରିପୂର୍ଣ୍ଣ କଳସୀ 

ପ୍ରେମ ବିନା ରାଧା ଅଧା ପ୍ରେମ ବିନା କାହ୍ନା ଅଧା 

ପ୍ରେମ ବିନା ହିଂସା ଦ୍ୱେଷ କ୍ରୋଧ, ସବୁ ଅସୁବିଧା 

ପ୍ରେମ ଅଛି ବୋଲି ମାଆ ସନ୍ତାନକୁ ପାଳେ 

ପକ୍ଷୀଟିକୁ ଦେଖ ଶାବକ ସାଥେ ଡାଳେ 

ପ୍ରେମ ଅଛି ବୋଲି ଭାଇ ଯାଏ ଭଉଣୀ ଘରକୁ 

ରାକ୍ଷୀ ବାନ୍ଧିଦିଏ ଭଉଣୀ, ପ୍ରେମ ନୁହେଁ କିଏ କହେ ତାକୁ 

ପ୍ରେମରେ ବଶ ଏ ଦୁନିଆଁ 

ପ୍ରେମରେ ହସେ ନୂଆ କନିଆଁ 

ପ୍ରେମ ଅଛି ସ୍ୱରୂପ ଭିର୍ଣ୍ଣ, ହେଲେ ଆତ୍ମା ପରମାତ୍ମା ଅଭିର୍ଣ୍ଣ 

ଦେଶ ପ୍ରେମ ପାଇଁ ଶହୀଦ ଆଖ୍ୟା ପାଇ 

ହସି ହସି ଜୁଇରେ ଯାଇଛି କିଏ ଶୋଇ 

ପ୍ରେମ ପାଇଁ ପ୍ରଭୁ ଦେଲେ ଦର୍ଶନ 

ଭକ୍ତ ଦାସିଆ ବନ୍ଧୁମହାନ୍ତି ଆଦି ଅନେକ ନିଦର୍ଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance