STORYMIRROR

Ajit Kumar Raut

Romance

3  

Ajit Kumar Raut

Romance

ପ୍ରେମ

ପ୍ରେମ

1 min
218


ଆସ ପ୍ରିୟେ........


ଆଗେଇ ଆସ


ଲଜ୍ଜା ନେଇ ନୁହେଁ


ଭୟର ଶିକୁଳି 


ପିନ୍ଧି ଧିରେ ନୁହେଁ


ତେବେ?


ଆସ ପ୍ରିୟେ.........


ଝରଣା ପରି


ମାଟିର ବକ୍ଷକୁ


ଚିରି ଧିରେ ଧିରେ 


ଭକ୍ତି ମନେ ଆସ


ଆଉ?


ଆସ ପ୍ରିୟେ............


ଫଗୁଣ ପରି


ସୁଗନ୍ଧିତ ହୋଇ


ବିଭୂଷିତ ହୋଇ


ଚନ୍ଦ୍ରମାର ପରି


ଆଉ?


ଆସ ପ୍ରିୟେ...........


ଆନନ୍ଦେ ଆସ


ସୁସଜ୍ଜିତ ହୋଇ


ଅଳଙ୍କୃତ ହୋଇ 


ପ୍ରଫୁଲିତ ହୋଇ


ଆଉ?


ଆସ ପ୍ରିୟେ..........


ପ୍ରେମକୁ ନେଇ


ପ୍ରେମ ପଥେ ଆସ


ଶ୍ରଦ୍ଧା ପ୍ରେମ ନେଇ


ପ୍ରେମିକାର ପରି


ଆଉ?


ଆସ ପ୍ରିୟେ...........


ଅତିତ୍ବ୍ୟ ସ୍ବପ୍ନ


ପୂରଣ ହୋଇବ


ପ୍ରେମ ଭକ୍ତି କଥା


ବିଶ୍ବ ଭି ଜାଣିବ


ଇତିହାସ ହେବ


ଆଉ?


ଆସ ପ୍ରିୟେ..........


ପବିତ୍ର ପ୍ରେମେ


ପବିତ୍ରତା ହେବ


ସଦା ହିଁ ରହିବ


ଅମର ହୋଇବ


ଆଉ?


ଆସ ପ୍ରିୟେ..........


ଭବ ଦେଖିବ


ନିସ୍ବାର୍ଥ ପ୍ରେମକୁ


ଦୁନିଆ ଜାଣିବ


ଆଦର୍ଶ ହୋଇବ


ଆସ ପ୍ରୀୟ ................


#SM Boss


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance