ପ୍ରେମ
ପ୍ରେମ
ପ୍ରେମ
ପରି ରାଇଜର ପର
ଅଘୋରି ବାବାଙ୍କ ଘର
ବାଡ଼ ବତା ଭଙ୍ଗା ଝଡ
ପୁଣି ସାମୁଦ୍ରିକ ଜୁଆର ।
ଆବେଗ ଭରା ହୃଦୟରେ
ମଣିଷଟିଏ ଶୀତଳ ପରଶର
ଯାହା ପ୍ରଶମିତ କରିପାରେ
ବିଷଜ୍ୱାଳ ଅନ୍ତର୍ନିହିତ ଦହନ ।
ଅକୁହା ବେଦନାର ପରିଭାଷା
ମୁକ୍ତା ପରି ବର୍ଷାର ଧାର
ନିବିଡ ସମ୍ପର୍କ ଡୋରରେ
ବନ୍ଧା ପଡ଼ିବାର ସ୍ୱର।
ଉତ୍ଥାନ ପତ୍ତନ ରାଗ ଅଭିମାନର
ହଜାଇ ପାଇବା ପାଇଁ ଖୋଜୁଥିବା
ପ୍ରେମ ଏକ ଜ୍ୱଳନ୍ତ ନିଦର୍ଶନ

