STORYMIRROR

Sanjukta Padhi

Romance

3  

Sanjukta Padhi

Romance

ପ୍ରେମ

ପ୍ରେମ

1 min
260

ପ୍ରେମ

ପରି ରାଇଜର ପର

ଅଘୋରି ବାବାଙ୍କ ଘର

ବାଡ଼ ବତା ଭଙ୍ଗା ଝଡ

ପୁଣି ସାମୁଦ୍ରିକ ଜୁଆର ।

ଆବେଗ ଭରା ହୃଦୟରେ

ମଣିଷଟିଏ ଶୀତଳ ପରଶର

ଯାହା ପ୍ରଶମିତ କରିପାରେ

ବିଷଜ୍ୱାଳ ଅନ୍ତର୍ନିହିତ ଦହନ ।

ଅକୁହା ବେଦନାର ପରିଭାଷା

ମୁକ୍ତା ପରି ବର୍ଷାର ଧାର

ନିବିଡ ସମ୍ପର୍କ ଡୋରରେ

ବନ୍ଧା ପଡ଼ିବାର ସ୍ୱର।

ଉତ୍ଥାନ ପତ୍ତନ ରାଗ ଅଭିମାନର

ହଜାଇ ପାଇବା ପାଇଁ ଖୋଜୁଥିବା 

ପ୍ରେମ ‌ଏକ ଜ୍ୱଳନ୍ତ ନିଦର୍ଶନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance