STORYMIRROR

Amulya Kumar Nayak

Classics

4  

Amulya Kumar Nayak

Classics

ପ୍ରେମ ତୁମେ କାହାର

ପ୍ରେମ ତୁମେ କାହାର

1 min
433


ପ୍ରେମ ତୁମେ କାହାର

  ମୋ ଦୁଃଖର ନା ସୁଖର

ପ୍ରେମ ତୁମେ କାହାର

 ମୋ ପ୍ରିୟାର ନା ପ୍ରାଣର ।(୧)

ପ୍ରେମ ତୁମେ କାହାର

   ସୀତାର ନା ସତୀର

ପ୍ରେମ ତୁମେ କାହାର

   ରାମର ନା ରାବଣର ।(୨)

ପ୍ରେମ ତୁମେ କାହାର

   ଯଶୋଦାର ନା କୃଷ୍ଣର

ପ୍ରେମ ତୁମେ କାହାର

   ଭୀଷ୍ମର ନା ଅର୍ଜ୍ଜୁନର । (୩)

ପ୍ରେମ ତୁମେ କାହାର

   ଭକ୍ତର ନା ଭଗବାନର

ପ୍ରେମ ତୁମେ କାହାର

   ଚିନ୍ତାର ନା ଚୈତନର ।(୪)

ପ୍ରେମ ତୁମେ କାହାର

   ରାତିର ନା ସ୍ବପନର

ପ୍ରେମ ତୁମେ କାହାର

   ସତୀର ନା ଅସତୀର ।(୫)

ପ୍ରେମ ତୁମେ କାହାର

   ସାଗରର ନା ନଈର

ପ୍ରେମ ତୁମେ କାହାର

   କେଦାରର ନା ଗୌରୀର । (୬)

ପ୍ରେମ ତୁମେ କାହାର

   ପାଞ୍ଚାଳୀର ନା ପାଣ୍ଡବର

ପ୍ରେମ ତୁମେ କାହାର

    କର୍ଣ୍ଣର ନା କୁନ୍ତୀର । (୭)

ପ୍ରେମ ତୁମେ ଅମଳିନ

    ଚିରନ୍ତନ ଓମ୍ କାର

ପ୍ରେମ ତୁମେ ଦିବ୍ଯ ଦୃଷ୍ଚି

    ମାନସ ପଟର । (୮)

ପ୍ରେମ ତୁମେ ଦୁଇ ପ୍ରାଣ

    ପ୍ରଫୁଲ୍ଲିତ ସ୍ବର

ପ୍ରେମ ତୁମେ ପିତା ମାତା

     ଭକ୍ତି ଭାବନାର । (୯)

ପ୍ରେମ ତୁମେ ଖିଲି ଖିଲି

     ହସ ଶିଶୁଟିର

ପ୍ରେମ ତୁମେ ଜୁଇ ଚିତା

     ଏଣ୍ତୁଡି ଶାଳର ।(୧୦)

ପ୍ରେମ ତୁମେ ଦୁଇ ଆଖି

    ଟପ ଟପ ଲୁହ

ପ୍ରେମ ତୁମେ ହୃଦତଳ

    ବୁକୁଫଟା କୋହ ।(୧୧)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics