ପ୍ରେମ ତୁମେ ଅସମ୍ଭାଳ
ପ୍ରେମ ତୁମେ ଅସମ୍ଭାଳ
ନୀରବରେ
ଦିଅ ମତେ ପ୍ରେମ ତୁମ ସବୁ ସମ୍ବେଦନଶୀଳ ଅଙ୍ଗରାଶିକୁ
ଛୁଇଁ ଯିବାକୁ
ମୁଁ
ସେଇ ଗଙ୍ଗଶିଉଳି
ତୁମ ଶୋଇବା ଶେଯେ ସବୁରାତିରେ ଯେ
ଫୁଟେ
ସହଚର୍ଯ୍ୟର ଆବର୍ତ୍ତନ ଭିତରେ
ମୋ ସମ୍ପୂର୍ଣ ସତ୍ତା
ତୁମ ଦେହ ତାତିରେ,
ସକାଳର ଶ୍ଵେତ କିରଣ ଛାଇରେ ହଜିଯାଏ
ତୁମେ
ଆଜି ହଜି ଯାଇଛ ଚିର ହରିତ
ହେନ୍ତାଳ ବନେ
ପ୍ରେମ
ଜାଣି ପାରି ନ ଥିଲି
ଯେ
ତୁମେ ଥିଲା
ମୋ
ନିରବପ୍ରେମ
ହାତ ମୁଠାରୁ ଯଦି
ତୁମେ
କେବେ ତରଳି ବା ଆରମ୍ଭ କର
ମୋ ପାଇଁ ହୋଇଯିବ
ତୁମେ ନିୟନ୍ତ୍ରଣରୁ
ବାହାର
ଏଠି
ଆଜି ବି ପ୍ରେମ ତୁମେ
ଅସମ୍ଭାଳ

