STORYMIRROR

Ram Prasad Bisoi

Romance

3  

Ram Prasad Bisoi

Romance

ପ୍ରେମ ତୁମେ ଅସମ୍ଭାଳ

ପ୍ରେମ ତୁମେ ଅସମ୍ଭାଳ

1 min
175

ନୀରବରେ 

ଦିଅ ମତେ ପ୍ରେମ ତୁମ ସବୁ ସମ୍ବେଦନଶୀଳ ଅଙ୍ଗରାଶିକୁ 

ଛୁଇଁ ଯିବାକୁ


ମୁଁ 

ସେଇ ଗଙ୍ଗଶିଉଳି

ତୁମ ଶୋଇବା ଶେଯେ ସବୁରାତିରେ ଯେ 

ଫୁଟେ


ସହଚର୍ଯ୍ୟର ଆବର୍ତ୍ତନ ଭିତରେ

ମୋ ସମ୍ପୂର୍ଣ ସତ୍ତା 

ତୁମ ଦେହ ତାତିରେ,

ସକାଳର ଶ୍ଵେତ କିରଣ ଛାଇରେ ହଜିଯାଏ


ତୁମେ 

ଆଜି ହଜି ଯାଇଛ ଚିର ହରିତ 

ହେନ୍ତାଳ ବନେ


ପ୍ରେମ

ଜାଣି ପାରି ନ ଥିଲି 

ଯେ 

ତୁମେ ଥିଲା 

ମୋ 

ନିରବପ୍ରେମ

ହାତ ମୁଠାରୁ ଯଦି 

ତୁମେ 

କେବେ ତରଳି ବା ଆରମ୍ଭ କର

ମୋ ପାଇଁ ହୋଇଯିବ

ତୁମେ ନିୟନ୍ତ୍ରଣରୁ 

ବାହାର


ଏଠି 

ଆଜି ବି ପ୍ରେମ ତୁମେ 

ଅସମ୍ଭାଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance