ପ୍ରେମ ସତ୍ୟ,ଶିବ, ସୁନ୍ଦର
ପ୍ରେମ ସତ୍ୟ,ଶିବ, ସୁନ୍ଦର
-
କେତେ ଦୂରେ ଚାନ୍ଦ ଜଳେ କୁମୁଦିନୀ ପ୍ରେମ
ଅଭିନ୍ନ ଅଟେ ଶାଶ୍ଵତ ସତ୍ୟ ଚିରନ୍ତନ
ସରସୀ ରେ ସରୋରୁହ ଆକାଶେ ସୂରୁଯ
ଅଭେଦ୍ୟ ପ୍ରେମ ତାଙ୍କର ବୁଝିବା ଦୁର୍ବୋଧ୍ୟ ।
ମେଘମାଳା ଦୃଶ୍ୟେ ଶୂନ୍ୟେ ବନରେ ମୟୂର
ପ୍ରେମଭୋଳେ ନୃତ୍ୟ କରେ କାହିଁ ପଟାନ୍ତର ।
ଫୁଲ ଫୁଟେ ହସେ ରସା ମଧୂ ସଉରଭ
ପ୍ରେମଭରେ ପ୍ରଜାପତି ମହୂମାଛି ଭୃଙ୍ଗ ।
ଶୋଷେ ମଧୂରସ ପୁଣି ଫୁଲେ ଫୁଲେ ଚୁମେ
ଅଚିନ୍ତ୍ୟମାନ ଏ ପ୍ରେମ ପରାଗ ସଂଗମେ ।
ଅରୁଣ କିରଣ ରେଣୁ ବାୟସ ବସା ରେ
ପ୍ରଥମ ସ୍ପର୍ଶେ ପ୍ରେମରେ ଗୀତେ ଡେଣାଝାଡେ ।
କୃଷ୍ଣ ପ୍ରେମେ ରାଧା ଯେହ୍ନେ ଶିବ ଯୋଗମାୟା
ବେଦପତି ବେଦ ମାତା ସତୀ ଅନୁସୂୟା ।
ସତ୍ୟ, ଶିବ,ସୁନ୍ଦର ସେ ଅଟେ ଚିରନ୍ତନ
ପ୍ରେମ ଫଲ୍ଗୁ ନଦୀ ଜଳେ କର ପ୍ରେମି ସ୍ନାନ ।