ପ୍ରେମ ସମ୍ମୋହନର ପୁଲକ
ପ୍ରେମ ସମ୍ମୋହନର ପୁଲକ
ପ୍ରେମ ଏକ ସମ୍ମୋହନ ପ୍ରେମ ଏକ ବିଶ୍ଲେଷଣ
ପ୍ରେମ ଏକ ଜଉଘର, ପ୍ରେମ ଏକ ସମ୍ଭାଷଣ
ପ୍ରେମ ଏକ ଉନ୍ମାଦନା, ରହିଥାଏ ଅନୁକ୍ଷଣ
ପ୍ରେମ ଏକ ସୌଭାଗ୍ୟ ସଳିତାର ସନ୍ଧିକ୍ଷଣ
ପ୍ରେମ ଏକ ଯୁଗାନ୍ତ ଜାଗୃତି ଜାଗରଣ
ପ୍ରେମ ଏକ ଆବାହନୀ ଅମୃତ ର ଉଦଗୀରଣ
ପ୍ରେମ ଶାଶ୍ୱତ ମଣ୍ଡିତ ଅନୁଭୂତି ବିକିରଣ
ପ୍ରେମ ଜୀବନର ମିଶାଣ ଫେଡ଼ାଣ, ଗୁଣନ ଓ ହରଣ
ପ୍ରେମ ନିୟତିର ଅଭିସନ୍ଧି କାରଣ ଓ ସକାରଣ
ପ୍ରେମ ଏକ ସଂଜୀବନୀ ସୁଧା ଧାରା ସମୀକରଣ
ପ୍ରେମ ଏକ ଜୀବନ୍ତ ସ୍ମୃତି ସାଗର, ନଥାଏ ବାରଣ
ପ୍ରେମ ଏକ ପାନ୍ଥଶାଳା, ନଥାଏ ନିଆଁ ଧୂଆଁ କି ନିରାକରଣ
ପ୍ରେମ କେବେ ଦହନ ମନର ଅଭୁଲା ଆବରଣ
ପ୍ରେମ କେବେ ଶୀତଳ ସମୀରଣ, ଆଣେ ଜାଗରଣ
ପ୍ରେମ ଏକ ଅଭୁଲା ଅତୀତ ସ୍ମୃତି ଚାରଣ
ପ୍ରେମ ଏକ ମଲା ନଈ, ଜୀବନ ନିରାଭରଣ
ପ୍ରେମ ଏକ ଏମିତି ଫୁଲ, ଥାଏ ସବୁଠି ବାସ ଚହଟି ଆସେ ସ୍ମରଣ ।

