STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ପ୍ରେମ ରଙ୍ଗ ଛୁଇଁଲା ପରେ

ପ୍ରେମ ରଙ୍ଗ ଛୁଇଁଲା ପରେ

1 min
70

ପ୍ରେମ ରଙ୍ଗ ଛୁଇଁଲା ପରେ

ଜୀବନରେ ହାରିଛି ପ୍ରଥମ ଥର

ନିଜକୁ ହଜାଇ

ହରାଇଛି ନିଜର ଅସ୍ତିତ୍ବ

ଆଜିକାଲି କାହିଁକି

ଦିନ ପରେ ରାତି

ଆଉ

ରାତି ପରେ ଦିନ ହେଉନି

ପୃଥିବୀ ବୋଧେ ସୂର୍ଯ୍ୟ ଚାରିପଟେ

ଘୁରିବା ପାସୋରି ଦେଇଛି

ଫୁଲମାନେ କେଜାଣି କାହିଁକି

ମୋତେ ଦେଖି ଲାଜେଇ ଯାଇ

ହସୁଛନ୍ତି ମୁରୁକି ମୁରୁକି

ହୃଦୟର ସ୍ପନ୍ଦନର ସ୍ୱର ଵି ବଦଳି ଯାଇଛି

ପୃଥିବୀଟା କାହିଁକି

ସରଗୀ ସରଗୀ ଲାଗୁଛି

ମନ ପକ୍ଷୀ ଆଉ ବୋଲ ଵି ମାନୁନି

ଆଖିରେ ଆଉ ନିଦ ଵି ଲାଗୁନି

ଜୀବନ ବଦଳି ଯାଇଛି ସତେ

ଖାଲି ଖାଲି ମନେ ମୋର

ସୁଖର ପସରା ସାଉଁଟୁଛି

ସବୁକିଛି ବଦଳି ଯାଇଛି ସତେ

କାହିଁକି କେଜାଣି ମୋତେ ସବୁ

ଅଲଗା ଅଲଗା ଲାଗୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance