ପ୍ରେମ ରଙ୍ଗ ଛୁଇଁଲା ପରେ
ପ୍ରେମ ରଙ୍ଗ ଛୁଇଁଲା ପରେ
ପ୍ରେମ ରଙ୍ଗ ଛୁଇଁଲା ପରେ
ଜୀବନରେ ହାରିଛି ପ୍ରଥମ ଥର
ନିଜକୁ ହଜାଇ
ହରାଇଛି ନିଜର ଅସ୍ତିତ୍ବ
ଆଜିକାଲି କାହିଁକି
ଦିନ ପରେ ରାତି
ଆଉ
ରାତି ପରେ ଦିନ ହେଉନି
ପୃଥିବୀ ବୋଧେ ସୂର୍ଯ୍ୟ ଚାରିପଟେ
ଘୁରିବା ପାସୋରି ଦେଇଛି
ଫୁଲମାନେ କେଜାଣି କାହିଁକି
ମୋତେ ଦେଖି ଲାଜେଇ ଯାଇ
ହସୁଛନ୍ତି ମୁରୁକି ମୁରୁକି
ହୃଦୟର ସ୍ପନ୍ଦନର ସ୍ୱର ଵି ବଦଳି ଯାଇଛି
ପୃଥିବୀଟା କାହିଁକି
ସରଗୀ ସରଗୀ ଲାଗୁଛି
ମନ ପକ୍ଷୀ ଆଉ ବୋଲ ଵି ମାନୁନି
ଆଖିରେ ଆଉ ନିଦ ଵି ଲାଗୁନି
ଜୀବନ ବଦଳି ଯାଇଛି ସତେ
ଖାଲି ଖାଲି ମନେ ମୋର
ସୁଖର ପସରା ସାଉଁଟୁଛି
ସବୁକିଛି ବଦଳି ଯାଇଛି ସତେ
କାହିଁକି କେଜାଣି ମୋତେ ସବୁ
ଅଲଗା ଅଲଗା ଲାଗୁଛି

