STORYMIRROR

Prafulla Chandra Mishra

Romance Tragedy

3  

Prafulla Chandra Mishra

Romance Tragedy

ପ୍ରେମ ରେ ଛଳନାର ନିଆଁ

ପ୍ରେମ ରେ ଛଳନାର ନିଆଁ

1 min
188


ପ୍ରେମରେ ଛଳନା ପୁରାଣ କାହାଣୀ ଅନେକ ଚିତ୍ରିତ ଅଛି

ତନ୍ମଧ୍ୟୁ ରୋଚକ ଦୁଃଖଦ ଗୌତମ ରୁଷିଙ୍କ ଭାଗ୍ୟେ ଘଟିଛି

ଗୌତମ ଘରଣୀ ଅହଲ୍ୟା ସୁନ୍ଦର ରୂପେ ମୁଗ୍ଧ‌ ହୋଇ ଇନ୍ଦ୍ର

ଛଳନା ର ଜାଲ ବିଛାଇ ଅଭିପ୍ଷା ପୂର୍ଣ୍ଣେ ପଡିଲା ପ୍ରମାଦ ।।


ଦିନେ ଗଉତମ ରୁଷି ରୂପ ଧରି ଆଶ୍ରମେ ଇନ୍ଦ୍ର ମିଳିଲେ

ଗୌତମ ଘରଣୀ ଅହଲ୍ୟା ଙ୍କୁ ଛଳେ ପ୍ରେମେ ଉପଭୋଗ କଲେ

ଏବେଳେ ଗୌତମ ଆଶ୍ରମେ ଆଗମ ଜାଣି ମଞ୍ଜାରୀ ରୂପରେ 

ଗବାକ୍ଷ ଫାଙ୍କେ ପଳାଇବା ବେଳେ  ପଡ଼ିଲା ରୁଷି ଆଖିରେ ।।


ଧ୍ୟାନରେ ଯାଣିଲେ ଦେବରାଜ ଇନ୍ଦ୍ର ଛଳକରି ଅହଲ୍ୟା ରେ

କରିଲା ପ୍ରଣୟ ଅବିବେକି ଇନ୍ଦ୍ର ହରିଲା ରୁଷି ପତ୍ନୀ ରେ

ଘେନ ଅଭିଶାପ ସହସ୍ର ଯୋନି ରେ ଭୂଷିତ ହୁଅ ବାଶବ

ଅହଲ୍ୟା ପାଷାଣ ତ୍ରେତା ରେ କଷଣ ମୁକ୍ତ କରିଲେ ରାଘବ ।।


ଛଳ ପରିଣାମ ଅତି ଭୟାବହ ପ୍ରେମରେ ଛଳନା ନିଆଁ

ଜାଳି ପୋଡିଦିଏ ସୁଖ ସରାଗର ଅମୃତ ମୟ ଦୁନିଆଁ ।।



Rate this content
Log in

Similar oriya poem from Romance