ପ୍ରେମ ପୁଲକ
ପ୍ରେମ ପୁଲକ
ପ୍ରଣୟ ପ୍ରଣୀତା ମୋ ମନ ମନୀଷା
ହେ ମୋ ପ୍ରିୟା ପ୍ରଣୟିନୀ!
ତୋ ଚନ୍ଦ୍ରବଦନ ପ୍ରଫୁଲ୍ଲ ଚାହାଁଣି
ତୁ ମୋ ପ୍ରେମ ନିର୍ଝରିଣୀ ।
ପ୍ରେମର ସମ୍ପର୍କ ଅତି ମନୋହର
ତୁ ରାଧା ମୁଁ ଅଟେ ଶ୍ୟାମ
ସୁମଧୁର ଆମ ସ୍ନେହର ସମ୍ପର୍କ
ତୁହି ସୀତା ମୁହିଁ ରାମ ।
ପ୍ରେମ ପୀରତିରେ ଭରିଦେବି ତୋତେ
ଦେଇ ଚିର ସ୍ନେହ ସ୍ବର
ରଖିଦେବି ସଦା ମୋଅରି ପାଶରେ
ବୁଲେଇ କେତେ ମୁଁ ପୁର ।
ମୋ ହୃଦ ମନ୍ଦିରେ ସ୍ଥାନ ମୁଁ ଦେଇଛି
ସମ୍ପର୍କରେ ଦେବୀ ଦାସ
କିଏ ବା ଚାହିଁବ କରିବ ଭଙ୍ଗନ
ମାଡ଼ିବେନି କେହି ପାଶ ।
ହୋଇଯାଉ ଆମ ପ୍ରଣୟ ସମ୍ପର୍କ
କ୍ଷୀର ନୀର ଚିର ପ୍ରେମ
ଆମକୁ ଦେଖି ବା ଜଗତ ଗାଇବ
ବୋଲି ପ୍ରେମେ ଆମ ନାମ ।
ସ୍ନେହ ସମ୍ପର୍କ ତ ଛେନା ସର ପରି
ସ୍ୱର୍ଗପୁର ସୁଖ ଆଣେ
ଅନୁଭବୀ ସିନା ଥାଏ ଅବଗତ
ତା ବିନା କିଏ ବା ଜାଣେ?

