STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
224


ନୀଳ ଜଳ କୁଞ୍ଚିତ ତରଙ୍ଗ ଶୋଭା କୁନ୍ତଳ

ଦିଶଇ ସତେ ଯଥା ସମୁଦ୍ର ନୀଳ ଲହର

ବିଧୁ ନିନ୍ଦିତ ମୁଖ, “ବାରିଧି ସଲିଳୁ ଉଦେ

ସତେ କି ନିଶାକର” ଲାଗୁଅଛି ପ୍ରୀୟା ମୋତେ

ଦିଶଇ ବଡ ସୁନ୍ଦର,ନୀଳ ଜଳ କୁଞ୍ଚିତ… ।।


ତାରକା ପୁଞ୍ଜ ଚିତ୍ର ପିନ୍ଧି କଳାମେଘି ପାଟ 

ସତେ କି ପ୍ରୀୟବତୀ ପ୍ରିୟା ର ସୁନ୍ଦର ରୂପ

ଏମନ୍ତ ଦିଶେ ବାଳା ସଖିରେ ନବ ଛଇଳା

ପ୍ରିତୀ ଜାହ୍ନବୀ ଧରା ଦିଶଇ ଆହା କି ତୋରା

ମୁଁଉ ତା’ର ପ୍ରିତୀ ଚୋର, ନୀଳ ଜଳ କୁଞ୍ଚିତ… ।।


ସୁଧର୍ମା ସଭା ଶୋଭା ଅପ୍ସରୀ କି ମେନକା

କାମଦେବ ହୃଦୟ ସରସୀ ପଦ୍ମ କଳିକା

ପରୀ ରାଇଜ ସୁନା ବରନା ସୁନ୍ଦରୀ ଗୋରୀ

ତେମନ୍ତ ଚାରୁ ଚିତ୍ର ରୂପରେ ଚିତ୍ରିତ ବାଳୀ

ଚିବୁକ ସ୍ଵତ୍ସ ମୁକୁର,ନୀଳ ଜଳ କୁଞ୍ଚିତ… ।।


ଏଣୀ ନୟନା,ବାଣୀ ପରଭୃତ ଭାଷା ଜିଣି

ପ୍ରେମ କେଳି କୁଶଳା ନିଅଇସେ ମନ କିଣି

ସେ ମୋର ପ୍ରିୟବତୀ ସାତ ଜନମର ସଥି

ତାପାଇଁ ଏ ଜୀବନ ଉତ୍ସର୍ଗ କରି ଦେଇଛି

ପ୍ରେମର ପୁଲକ ମୋର, ନୀଳ ଜଳ କୁଞ୍ଚିତ… ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance