STORYMIRROR

Ajay kumar Behera

Romance

3  

Ajay kumar Behera

Romance

"ପ୍ରେମ ପୁଲକ" ବସନ୍ତର ପହିଲି ଛୁଆଁ ତୁମେ କୋକିଳ

"ପ୍ରେମ ପୁଲକ" ବସନ୍ତର ପହିଲି ଛୁଆଁ ତୁମେ କୋକିଳ

1 min
208


ବସନ୍ତର ପହିଲି ଛୁଆଁ ତୁମେ

କୋକିଳର କୁହୁ ସ୍ୱର ବି ତୁମେ

ପ୍ରେମର ପୁଲକ ତୁମେ

ଖୁସିର ମହକ ତୁମେ।।

ମୁଁ ଚାତକ ହୋଇ

ଅନେଇଥିଲି ତୁମ ମୁହଁ କୁ

ତୁମେ ଲାଜେଇ ଲାଜେଇ

କଣେଇ କଣେଇ କେତେ କଣ

କହି ଯାଇଥିଲ ହେଲେ ମୁଁ

ଭାବ ବିହ୍ଵଳ ହୋଇ ଯାଇଥିଲି

ତୁମ ପ୍ରେମରେ

ନା ଅନୁଭବ କରୁଥିଲି

କଣ୍ଟାର ଆଘାତକୁ

ନା ଦୁର୍ଭେଦ୍ୟ ସେଇ

ଅସମାହିତ ପ୍ରଶ୍ନ ର ଉତ୍ତରକୁ

ବାସ ତୁମେ ତୁମେ ଆଉ ତୁମେ!!

ଦିନର ଉତ୍ତାପ

ରାତିର ଶୀତଳ ଛୁଆଁ ର ଅନୁଭବ

ସତରେ କେଡ଼େ ସେ ନିଆରା

ଯେପରି ପଙ୍କ,ପଦ୍ମର ସୁନ୍ଦର ସମାବେଶ

ଆଉ ଫୁଲ,ମହୁମାଛି ର ନିବିଡ଼ତା

ଯୁଗେ ଯୁଗେ ପାଇଁ ସୃଷ୍ଟି କରନ୍ତି

ଏକ ଅନ୍ତରଙ୍ଗ ବନ୍ଧ।।

ସେ ବନ୍ଧ ନା ତିଆରି ସିମେଣ୍ଟ କଂକ୍ରିଟରେ

ନା ଲୁହାର ଶିକୁଳିରେ

ସେବନ୍ଧ ତ ତିଆରି

ବାସ୍ତବ ପ୍ରେମ ସ୍ନେହ ଅନ୍ତରଙ୍ଗତାରେ

ଭଲ ପାଇବା ରେ ଆଉ ବିଶ୍ୱାସ ରେ।।

ଯେଉଁଠି ନା ଥାଏ ଦୁଃଖ ନା ଯନ୍ତ୍ରଣା

କେବଳ ଥାଏ ସହାନୁଭୂତି ର ଘନିଷ୍ଠତା

ଜଣେ ଜଣଙ୍କୁ ଝୁରେ ଆଉ

ତା ପାଇଁ ଜୀବନର ଖୁସି ଖୁସି ମୁହୂର୍ତ୍ତକୁ ବି

ତ୍ୟାଗ କରି ପାରେ

ଘଡ଼ିଏ ନ ଦେଖିଲେ

ସଂସାରଟା ତା ପାଇଁ ଅନ୍ଧାର ଲାଗେ

ସତେ ଯେମିତି ନିଜ ଭିତରେ

ଅନ୍ଧକାରର କଳା ବାଦଲ

ଛାଇଗଲା ଭଳି ଅନୁମେୟ ହୁଏ।

ହୃତସ୍ପନ୍ଦନ ବଢି ବଢି ଯାଏ

ଆଉ ନୀରବତା ମାଡ଼ି ମାଡି ଆସେ

ପ୍ରେମର ଡୋର ଛିଡ଼ି ଛିଡ଼ି ଯାଏ

ଯେମିତି ରୋଗୀର ଶେଷ ଭରସା ବି

ହାତ ଛଡା ହୋଇ ଯାଏ

ଆଉ ହଠାତ ତୁମ ଆବିର୍ଭାବ

ନିର୍ଜୀବ ପିଣ୍ଡରେ ଭରେ ପ୍ରାଣ

ଜଡ଼ ବି ହେଇ ଯାଏ ଜୀବନ୍ତ।।


ଅଜୟ କୁମାର ବେହେରା

ମୋରଡ଼ା,ମୟୂରଭଞ୍ଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance