STORYMIRROR

Gangotri Priyadarshini

Abstract Action Fantasy

3  

Gangotri Priyadarshini

Abstract Action Fantasy

ପ୍ରେମ ପ୍ରତିଦାନ

ପ୍ରେମ ପ୍ରତିଦାନ

1 min
242


ପାରିବ କି କିଛି ନାଲି ରଙ୍ଗ

ମାେ କପାଳେ ସଜେଇ

ତୁମକୁ ମୁଁ ଦୀର୍ଘାୟୁ କରି ରଖିବି ।।

କିଛି ନାଲି ବନ ଫୁଲ

ପାରିବ କି ମୋ ଗଭାରେ ସଜେଇ

ତୁମକୁ ମାେ ଆବେଗ ରେ ସାଇତିଵି।।

ପାରିବ କି କୁହ ଦେଇ ହାତେ ମୋର

ନାଲି ଶଙ୍ଖା ଦିପଟ ପିନ୍ଧେଇ

ତୁମକୁ ମୁଁ ସୁରକ୍ଷା ବଳୟେ

ରଖିଦେବି ମାେ ପଣତେ ଲୁଚେଇ ।।

ପାଦରେ ମୁଁ ନାଇଥିବି

ତୁମ ପାଇଁ ଅଳତା ଦି ଧାର

ସନ୍ତକ ସାଜିବ ଆମ ପ୍ରେମ

ଚିରନ୍ତନ ଆମ ଦୁଇ ହୃଦୟର ।।

ପାରିବ କି ମୁଣ୍ଡରେ ମାେ

ନାଲି ଓଢଣୀ ଟେ ଦେଇ

ତୁମକୁ ମାେ ଲାଜ ଭିଜା

ନୟନରେ ରହିଥିବି ମୁଁ ଅନେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract