STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରେମ ପଣୟ ର ସ୍ମୃତି ସ୍ମାରକୀ

ପ୍ରେମ ପଣୟ ର ସ୍ମୃତି ସ୍ମାରକୀ

1 min
211


“ସ୍ନେହ ପ୍ରେମ ର ୟେ ଅପୂର୍ବ ମିନାର ଇତିହାସ ଗାଏ ଗାଥା

ଶାହାଜାହାନ ଙ୍କ ପ୍ରେମ ର ସ୍ମାରକୀ ତାଜ୍-ମହଲ ର କଥା

ଅନିନ୍ଦ୍ୟ ସୁନ୍ଦରୀ “ମମ୍-ତାଜ୍” ପାଇଁ ପ୍ରେମର ସଉଧ ତୋଳି

ପ୍ରେମିକା ସ୍ମୃତି ର ବିସ୍ମୟ ଫଳକ(ୟେ)ଉଭା ଯୁଗ ଯୁଗ ଧରି ।।


ଚିରନ୍ତନ କରି ରଖିଛି ପ୍ରେମର ସ୍ଵର୍ଗିୟ ପବିତ୍ର ଚିତ୍ର

ଅଭିନ୍ନ ଅଭୁଲା ପ୍ରେମ ଚରିତ୍ର କୁ ରଖିଲେ କରି ଜୀବନ୍ତ,,

“କେଦାର ଗଉରୀ ପ୍ରେମ ନୈସର୍ଗିକ ଏକାମ୍ର କ୍ଷେତ୍ରରେ ଦିନେ

ମିଳନ ପିଆସି ପ୍ରେମିକ ପ୍ରେମିକା ଲୁଚି ଚାଲିଗଲେ ବନେ ।।


ହିଂସ୍ର ଜନ୍ତୁ ଭୟେ ପାହାଡ଼ ଗୁମ୍ଫାରେ ଗଉରୀ ଲୁଚିଲା ଯାଇ

କେଦାର ନପାଇ ଭାବିଲା ବ୍ୟାଘ୍ର କି ଗଉରୀ କୁ ଗଲା ଖାଇ

ଗଉରୀ ବିଚ୍ଛେଦେ ବକ୍ଷରେ ଛୁରିକା ଭୁଷି ପଡ଼ିଲା ସେ ମରି

କେଦାର ମୃତ୍ୟୁ ରେ ଗଉରୀ ଅଧୀରେ ମଲା ବକ୍ଷେ ଛୁରି ମାରି” ।।


ସେ ସ୍ମୃତି ସ୍ମାରକୀ ଅପରୂପ ଛବି ଆଜି ବି ଜୀବନ୍ତ ଲାଗେ

ପ୍ରେମ ପ୍ରଣୟ ର ଅପୂର୍ବ ଭାରତୀ କବି କବିତା ରେ ଲେଖେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance