STORYMIRROR

Prashanta Padhan

Romance

2  

Prashanta Padhan

Romance

ପ୍ରେମ ଓ ମଦିରା

ପ୍ରେମ ଓ ମଦିରା

1 min
210

ମଦିରାର ନିଶା ଅଟେ କ୍ଷଣସ୍ଥାୟୀ

କ୍ଷଣିକରେ ଚାଲିଯାଏ

ଚିରସ୍ଥାୟୀ ସିନା ପ୍ରେମର ଏ ନିଶା

ଦାଗହୋଇ ରହିଯାଏ ।।


କ୍ଷତିକାରକ ଯେ ସ୍ୱାସ୍ଥ୍ୟ ପାଇଁ ସେତ

ମଦିରାରେ ଥାଏ ଲେଖା

ନଥାଏ ବୋଲି ତ ସତର୍କ ସୂଚନା

ପ୍ରେମରେ ମିଳଇ ଧୋକା ।।


ମଦିରା ନୁହେଁ ସେ ଅଟଇ ଜହର

ମୃତ୍ୟୁର ତ ନାଗଫାଶ

ପ୍ରେମ କିନ୍ତୁ ଅଟେ ଅମୃତ ସମାନ

ଭରିଥାଏ ଯହିଁ ବିଷ ।।


ଉପଲବ୍ଧ ହୁଏ କେତେ ମହୌଷଧି

ମଦିରାରୁ ମୁକ୍ତି ପାଇଁ

ପ୍ରେମଫାଶ କିନ୍ତୁ ଚକ୍ରବ୍ୟୁହ ପରି

ଫେରିବାର ବାଟ ନାହିଁ

ବନ୍ଧୁ

ଫେରିବାର ବାଟ ନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance