ପ୍ରେମ ନୁହେଁ ଆନ କିଛି
ପ୍ରେମ ନୁହେଁ ଆନ କିଛି
ଅଢେଇ ଅକ୍ଷରେ ଗଢ଼ା ଯା'ର ତନୁ
ନ କର ତାକୁ କଦର୍ଥ
ସାରା ଦୁନିଆକୁ ଗୋଟିଏ ଡୋରିରେ
ବାନ୍ଧିବାକୁ ସେ ସମର୍ଥ l
ଭକତ ପ୍ରେମରେ ବନ୍ଧା ଭଗବାନ
ସଖା ସହୋଦର ତା'ର
ତା ' ବିନା ସଂସାରେ ନୁହେଁ ତ ସମ୍ଭବ
ବୈକୁଣ୍ଠ ସମାନ ଘର l
ସେତୁ ସମ ଯୋଡ଼େ ଦୁଇଟି ହୃଦୟ
କେ ତାକୁ ଖୋଜି ପାଇଛି ?
ନବ ସର୍ଜନାର ବାର୍ତ୍ତାବହ ସେ ଯେ
ପ୍ରେମ ନୁହେଁ ଆନ କିଛି l
