STORYMIRROR

Binaya Bhusan Panigrahi

Romance

2  

Binaya Bhusan Panigrahi

Romance

ପ୍ରେମ-ନିର୍ବାଣର ପଥଟିଏ

ପ୍ରେମ-ନିର୍ବାଣର ପଥଟିଏ

1 min
391



'ପ୍ରେମ'-ଏମିତିକା ଶବ୍ଦଟିଏ

ଶୁଭେ କମ, ଛୁଏଁ ବହୁତ ବେଶୀ।

କାର୍ଣ୍ଣ ସ୍ପର୍ଶ କରୁକରୁ

ସିଧା ସିଧା ବାଟ କାଟେ

ହୃଦୟ ର ନିଭୃତ କକ୍ଷକୁ

ଆଉ, ସେଠି ପାଦ ଦେଉଦେଉ

ଦୁରେଇଦିଏ ଆଗ ମନକୁ ଦେହରୁ,

ଆଉ ମନରୁ ସ୍ୱପ୍ନକୁ

ଅନ୍ତତଃ ସେପର୍ଯ୍ୟନ୍ତ, ଯେଉଁଯାକେ

ଚାଲୁଥାଏ ନିଶ୍ୱାସ-ପ୍ରଶ୍ୱାସ।


ପ୍ରେମ,ଏମିତି ଶବ୍ଦଟିଏ

ଲୋଡେନାହିଁ ନିହାଣ ମୁଗୁର

ତୋଳିବାକୁ ମାୟାର ମିନାର

ସ୍ୱପ୍ନର ସାରା ଭୂଖଣ୍ଡରେ

ମୂଳ ଯା'ର ମାଟି ପରେ ଥାଏ

ଶୀର୍ଷ କିନ୍ତୁ ଆକାଶ ଆଡ଼କୁ

ଡେମ୍ଫ ଦେଇ ବଢି ଯାଉଥାଏ

ମାଟିର ମହକ ଯେମିତି

ନିରନ୍ତର ଉର୍ଦ୍ଧ୍ଵମୁଖି ହୁଏ।


ଏମିତି ଭିନ୍ନ କଣ ଥାଏ

ଆତ୍ମସତ୍ତା ହାରିଦେଇ

ଶୁନ୍ୟତାର ପାରାବାରେ

ନିଜକୁ ଖୋଜି ବସିବାରେ !

ଏମିତି କି ଅବା ପଦାର୍ଥ ସିଏ

ଉପଲବ୍ଧ ନୁହେଁ ଯାହା

ପ୍ରାଣପ୍ରାଚୁର୍ଯ୍ୟରେ ଭରପୂର

ମାଟି-ମର୍ତ୍ତ୍ୟ ବୈକୁଣ୍ଠରେ !


ପ୍ରେମ,କେମିତିକା ବିଚିତ୍ର ପଦାର୍ଥ

ଶବ୍ଦ ହେଇ ଆସେ, ମାତ୍ର,

ଶବ୍ଦହୀନ କରିଦିଏ ସକଳ ସୃଷ୍ଟିକୁ ,

ଟୁକୁରା ଆକାଶ ଖଣ୍ଡେ

ପାଦତଳ ମାଟି ହେଇଯାଏ !!


ପ୍ରେମ ଆଉ କିଛି ନୁହେଁ;

ନିର୍ବାଣର ପଥଟିଏ ଯହିଁ,

କାମକ୍ରୋଧ,କଷଣ,ଲାଞ୍ଚନା ଆଦି

ଆତ୍ମାକୁ କରେନାହିଁ ସ୍ପର୍ଶ।।

=====©=====

ବିନୟ ଭୂଷଣ ପାଣିଗ୍ରାହୀ( ମିଟୁ)

ହରସିଂହ ପୁର,ପିରହାଟ, ଭଦ୍ରକ

୯୯୩୭୫୪୮୪୩୧

୯୪୩୮୬୭୦୧୨୦

(ଏସ-୫/୩୪୨,ନୀଳାଦ୍ରି ବିହାର,

ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର-୨୧)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance