STORYMIRROR

Priyaranjan Biswal

Romance

2  

Priyaranjan Biswal

Romance

ପ୍ରେମ ମହାସପ୍ତାହ

ପ୍ରେମ ମହାସପ୍ତାହ

1 min
125

ଫେବୃୟାରୀ ସାତରୁ

ଚଉଦ ଯାଏଁ

ପ୍ରେମୀ ଯୁଗୋଳଙ୍କ ଦ୍ୱାରା

ପ୍ରେମ ମହାସପ୍ତାହ

ପାଳନ ହୁଏ

ଗୋଲାପ ଫୁଲ

ଚକୋଲେଟ୍ ଟେଡି

ତା'ପରେ ମନ ଦିଆନିଆ

କୋଳାଗ୍ରତ ପରେ

ଚୁମ୍ବନ ଦେଇ

ପ୍ରେମରେ ହୁଅନ୍ତି ଯୋଡି


ପ୍ରେମ ସପ୍ତାହ ଅଟେ

ପାଶ୍ଚାତ୍ଯ ଦାନ

ଯାହାକୁ ପାଳନ୍ତି

ପ୍ରେମୀ ଯୁଗୋଳ

ଖରଚ କରିକି ଧନ


ଅନ୍ଯଠାରୁ ଦେଖି

ପାଳୁଛ ସଭିଏଁ

ପ୍ରେମର ମହାସପ୍ତାହ

କାନ୍ଦିବନି ଆଉ

ବିଚ୍ଛେଦ ବେଳରେ

ନହୋଇ ପାରିଲେ ବିବାହ


ପ୍ରକୃତରେ ପ୍ରେମ

କରୁଥିବା ପ୍ରେମୀ

କେବେ ହୁଅନ୍ତିନି ଦେଖେଇ

ସବୁ ଦିନ ଆଉ

ସବୁ ମୂହୁର୍ତ୍ତ

ପ୍ରେମରେ ତାଙ୍କର କଟଇ


ଆରେ ପ୍ରେମ ଦିବସଟା

ଶହୀଦ ଦିବସ

ଅଟେ ପରା ଆମ ପାଇଁ

ପ୍ରେମ ଦିବସରେ

ଯବାନ ଆମର

ପ୍ରାଣ ଦେଇଥିଲେ

ଦେଶ ପାଇଁ।

ଏକଥା କଣ ତୁମ ମନେ ନାହିଁ


ପ୍ରକୃତରେ ପ୍ରେମ

ଅଛି ଯେବେ ମନେ

ପୂଜ ନିଜ ଦେଶ ମାତୃକା

ମିଳିବେ ନିଶ୍ଚିତ

ଜୀବନେ ତୁମକୁ 

ସର୍ବ ଗୁଣ ସମ୍ପର୍ଣ୍ଣା ପ୍ରେମିକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance