STORYMIRROR

BULU BEHERA

Romance

3  

BULU BEHERA

Romance

ପ୍ରେମ ମାନେ କ'ଣ ?

ପ୍ରେମ ମାନେ କ'ଣ ?

1 min
166

ପ୍ରେମ ମାନେ  କଣ?


ମୁଁ  କିଛି  ହେଲେ ଜାଣିନାହିଁ


ମୁଁ  ଯେତେବେଳେ ଚାଲି ଚାଲି 


ଏକୁଟିଆ  ରାସ୍ତାରେ  ଯାଏ


ସୁନ୍ଦରୀ ଝିଅମାନେ ମୋତେ


ନିର୍ନିମେଷ  ନେତ୍ରରେ  ସବୁ


ଚାହିଁ ରହିଥାଆନ୍ତି ଗୋପୀଙ୍କ ପରି l


ଶ୍ରେଣୀରେ  ବସି ଯେବେ ମୁଁ 


ପାଠ  ପଢିଲା ବେଳେ 


ମୋ ସାଥିରେ  ବାରମ୍ବାର 


ଅନାନାନା  କଥା ସବୁ ହୁଅନ୍ତି


ଯେତେ ମନା  କଲେ  ମଧ୍ୟ ସେମାନେ


ଜମାରୁ  ଶୁଣନ୍ତି  ନାହିଁ


ଏ  କଣ  ଝିଅ  ପିଲାମାନଙ୍କର


ଆନ୍ତରିକ  ପ୍ରେମ  ନା ' କଣ


ମୁଁ  ଜମାରୁ  ବୁଝି  ପାରେନାହିଁ l


ଅନ୍ୟ କାହାର ନୋଟ ତାଙ୍କୁ


ଭଲ  ଲାଗେନି  ବୋଲି


ମୋର  ନୋଟ  ସବୁବେଳେ 


ଲେଖିବାକୁ   ମାଗି ନିଅନ୍ତି


ସେମାନଙ୍କୁ  ନ ମାଗିଲା  ଯାଏଁ


କେବେ ହେଲେ ମୋତେ ଖୁସିରେ


ନୋଟଟିକୁ  କେହି  ଫେରାନ୍ତି ନାହିଁ


ଯେତେ କହିଲେ  ମଧ୍ୟ ସେମାନେ


ମୁରୁକି  ହସି  ଶୁଣନ୍ତି   ନାହିଁ


ଦରକାର  ପଡିଲେ   ନିଜର


କାନକୁ  ଧରି ପଛେ ଉଠ ବସ


ସମସ୍ତେ  ହୋଇଥାନ୍ତି 


ହେଲେ ମୁଁ ଜମାରୁ କିଛି


ବୁଝି  ପାରେନାହିଁ  ତlଙ୍କର


ଏଭଳି  ରଚିଥିବା  ଷଡ଼ଯନ୍ତ୍ରକୁ


ଏ  ସବୁ  କଣ  ଘଟୁଛି


ମୋ ସାଥିରେ  ଜାଣିପାରେନାହିଁ


ଝିଅ  ପିଲାମାନେ  କଣ  ପାଇଁ


ମୋର  ପିଚ୍ଛା ସବୁ  କରୁଛନ୍ତି


ମୁଁ କିଛି  ଜାଣିପାରେ ନାହିଁ


କେମିତି  ବୁଝିବି   ଏସବୁ 


କେମିତି  ମୁଁ ଜାଣିବି  କୁହ 


ମୁଁ ଆଗରୁ  କେଉଁ  ଝିଅ ପ୍ରେମରେ


ପଡ଼ିଥିଲେ  ତ  ଏସବୁ  ଜାଣିଥାନ୍ତି


ପ୍ରେମର ମାନେ  କଣ  ବୋଲି l

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance