Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Romance

3  

Abhisek Mohapatra

Romance

ପ୍ରେମ କାହିଁ

ପ୍ରେମ କାହିଁ

1 min
392


ଦେହ ଭର୍ତ୍ତି ଯୌବନର ସ୍ପର୍ଶ ନେଇ ,

ପାର୍କରେ , ରାସ୍ତାକଡେ ଅବା ରେଷ୍ଟୁରାଣ୍ଟରେ ,

ସବୁଠି ଚୁମ୍ବନ

ମାଳମାଳ ପ୍ରେମ ପକ୍ଷୀ ,

ହେଲେ ପ୍ରେମ କାହିଁ ?


ମତୁଆଲା ଓଠରେ ପ୍ରେମିକା ଫୋନ୍ କରେ ,

ସାରା ଦିନ , ସାରା ରାତି ମୋବାଇଲ୍ ରେ ଚାଟ୍ କରେ ,

ଲ୍ୟାପଟପ୍ ରେ ଭିଡିଓ କଲ୍ ରେ ଆସେ ,

ଦର ଘୋଡା ସ୍ତନ ଦ୍ଵୟଙ୍କୁ ଦେଖାଇବାକୁ ଚେଷ୍ଟା କଲାବେଳେ -

ମୁଁ ନିଜକୁ ପ୍ରଶ୍ନ କରେ !


ପାର୍କରେ ବିସ୍ତୀର୍ଣ୍ଣ ଇଲାକାରେ ବୁଲୁବୁଲୁ ,

ଅପରାହ୍ନେ ଦୁଇ ଓଠ ମିଶେ !

ଅସାଡ ଦେହରେ ଦେହଟି ଓଜାଡି ହୁଏ ,

କିଛି କ୍ଷଣ ହସାହସି ହୁଅନ୍ତି ଦୁହେଁ ,

କ୍ଷୁଧା ତାଙ୍କ ମେଣ୍ଟି ସାରିଥାଏ !


ବାକ୍ସ କଣୁ ମୁଁ ପୁରୁଣା ଚିଠି ପଢେ ,

ହାତ ଲେଖା ଅତରର ବାସ୍ନା ଝଡିଥିବା - 

ସୁନ୍ଦର ହସ୍ତାକ୍ଷରେ ଲେଖାଥିବା ଚିଠି ।

ଫିକା ଗୋଲାପୀ କାଗଜରୁ ରଙ୍ଗ ମଉଳେ ।


ଚିଠି ପାମ୍ପରା ହୁଏ ,

ସେ ଚିଠି ବାରମ୍ବାର ବିଜନରେ ପଢାହୁଏ !


ସକାଳ ହୁଏ ଚିଠିଟିରେ ରାତି ପାହିଯାଇ ,

ମୁଁ ନିଜଠାରୁ ପୁନଶ୍ଚ କୈଫିୟତ ମାଗେ -

"ପ୍ରେମ ବୋଲି ଯେଉଁ ଶବ୍ଦଟି ସେ କାହିଁ ?"



Rate this content
Log in

Similar oriya poem from Romance