STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ପ୍ରେମ ଦହନ

ପ୍ରେମ ଦହନ

1 min
138


ନହୁଲି ବୟସେ 

ପହିଲି ଫଗୁଣ

ଛୁଇଁଗଲା ଯେବେ ତନୁ

ଚହଲି ଗଲା ମୋ 

ଚଇତାଳି ମନ

ତମ ଦେଖା ହେବା ଦିନୁ।


ଛୁଇଁଗଲା ମୋର 

ମନର ଅଗଣା

ସେଇ ଦିନୁ ମନ 

ହେଲା ଆନମନା

ଧୀରେ ଆସି କିଏ

ଜଳେଇଲା ନିଆଁ

ରଂଗ ବଦଳିଲା

ବଦଳି ଦୁନିଆଁ

ଲାଜ କିଏ ଏତେ

ଭରିଦେଲା ସତେ

ହେତୁ ପାଇବାର ଦିନୁ ।


ମୁକୁଳା ଥିଲା ମୋ 

ମନର କୋଠରୀ

ତମ ପାଦ ଶୁଣି 

ଉଠିଲି ମୁଁ ଥରି

ହଜାଇଲି ମୋର

ପ୍ରୀତିର ସଂଭାର

ଓଢଣୀ ମଥାରେ

ଭରିଲି ସିନ୍ଦୁର

ଫୁଲେଇ ଫଗୁଣ

ଭରି ଶିହରଣ

ଛୁଇଁଗଲା ମୋର ତନୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance