ପ୍ରେମ ଦହନ
ପ୍ରେମ ଦହନ
ନହୁଲି ବୟସେ
ପହିଲି ଫଗୁଣ
ଛୁଇଁଗଲା ଯେବେ ତନୁ
ଚହଲି ଗଲା ମୋ
ଚଇତାଳି ମନ
ତମ ଦେଖା ହେବା ଦିନୁ।
ଛୁଇଁଗଲା ମୋର
ମନର ଅଗଣା
ସେଇ ଦିନୁ ମନ
ହେଲା ଆନମନା
ଧୀରେ ଆସି କିଏ
ଜଳେଇଲା ନିଆଁ
ରଂଗ ବଦଳିଲା
ବଦଳି ଦୁନିଆଁ
ଲାଜ କିଏ ଏତେ
ଭରିଦେଲା ସତେ
ହେତୁ ପାଇବାର ଦିନୁ ।
ମୁକୁଳା ଥିଲା ମୋ
ମନର କୋଠରୀ
ତମ ପାଦ ଶୁଣି
ଉଠିଲି ମୁଁ ଥରି
ହଜାଇଲି ମୋର
ପ୍ରୀତିର ସଂଭାର
ଓଢଣୀ ମଥାରେ
ଭରିଲି ସିନ୍ଦୁର
ଫୁଲେଇ ଫଗୁଣ
ଭରି ଶିହରଣ
ଛୁଇଁଗଲା ମୋର ତନୁ ।

