STORYMIRROR

Rama chandra Pradhan

Romance

3  

Rama chandra Pradhan

Romance

ପ୍ରେମ ବର୍ଣ୍ଣବୋଧ

ପ୍ରେମ ବର୍ଣ୍ଣବୋଧ

1 min
231

ତୋ ପ୍ରେମ କାହାଣୀ ଯେତେ ପଢିଲେ ବି 

   ହୁଏନି ମୋ ମନବୋଧ 

ସକାଳରୁ ସଂଜ ସଂଜରୁ ସକାଳ 

  ପଢ଼େ ପ୍ରେମ ବର୍ଣ୍ଣବୋଧ l


ତୋ ପାଇଁ ସକାଳ ନିଦୁଆ ନିଦୁଆ 

    ସପନର ସୁନା ହାଟ 

ତୋ ପାଇଁ ଆକାଶ ମେଘୁଆ ମେଘୁଆ 

    ମୌସୁମୀର ଚଲା ବାଟ l


ତୋର ବର୍ଣ୍ଣବୋଧ ଅନାବନା ଶବ୍ଦେ 

    ଆନମନା ମୁହିଁ ଆଜି 

ପ୍ରେମ ଫଗୁଣର ତୋ ପ୍ରୀତି ପଣତେ 

   ନିଦ ମୋ ଯାଉଛି ହଜି l


ଫେରିବା ବାଟ ମୋ ଯାଇଛି ମୁଁ ଭୁଲି 

   ଚାଲିବି ତୋ ବାଟେ ବୋଲି 

ଯାଯାବର ପରି ବୁଲୁନି ମୁଁ ଆଉ 

   ଏଠି ସେଠି ଆଜିକାଲି l


ତୋ ଖୁସି ମେଲଣେ ବଞ୍ଚିଛି ମୁଁ ଆଜି 

  ପ୍ରେମ ବର୍ଣ୍ଣବୋଧ ଘୋଷି 

ସପନ ଝୁଲଣେ ଝୁଲାଇବି ତୋତେ 

   ଆ ଆ' ମୋ ପାଖକୁ ହସି l


  


Rate this content
Log in

Similar oriya poem from Romance