Maheswar sahoo

Inspirational Others

2  

Maheswar sahoo

Inspirational Others

ପ୍ରଦୂଷଣ

ପ୍ରଦୂଷଣ

1 min
292


ଦୁନିଆରେ ଆଜି ବଢି ଚାଲିଅଛି

   ଗାଡି ମୋଟର କାମ

ବାହାରୁଛି ଧୂଆଁ ଗାଡି ମୋଟରରୁ

   ପ୍ରଶ୍ୱାସ ପାଇଁ ଦୁର୍ଗମ ।

ପ୍ରଭାବେ ଏହାରି ଶ୍ଵାସ ରୋଗହୁଏ

   ଅଙ୍ଗାରକାମ୍ଳ ଯେ ବଢେ

ଅମ୍ଳଜାନ ହ୍ରାସ ପାଇଲେ ବାୟୁରୁ

   ଭିଷଣ ଉତ୍ତାପ ଛାଡେ ।

ଉଚ୍ଚ ଧ୍ୱନିଯୁକ୍ତ ସାଉଣ୍ଡ ଯନ୍ତ୍ର ଯେ

    ଶବ୍ଦ ପ୍ରଦୂଷଣ କରେ

କର୍ଣ୍ଣ ଗହ୍ୱରରେ ପରଦା ପଟ୍ଟଳ

    ଶ୍ରବଣ ଶକ୍ତିକୁ ହରେ ।

ପଲିଥିନ ଆଉ ପ୍ଲାଷ୍ଟିକ ପାଇଁ କି

    ଭୂମି ପ୍ରଦୂଷଣ ହୁଏ

ବହୁ ବ୍ୟବହାର କରୁଛନ୍ତି ଆଜି

   ଦ୍ରବ୍ୟକୁ ଘୋଡାଇ ଥାଏ ।

ବ୍ୟବହାର କରି ନପକାଅ ତାକୁ

    ଖତଗଦା କି ବିଲରେ

ମୃର୍ତ୍ତିକା ପ୍ରଦୂଷଣ ମୁଖ୍ୟ କାରଣ

   ହୋଇଥାଏ ନିଶ୍ଚିତରେ ।

ଶୀତଳ ପାନୀୟ ମଦ୍ୟ ପାନକାରୀ

   ନାଳରେ ପଡିଲେ ଗ୍ଲାସ

ପାଣିଜମି ତହିଁ ଦୁର୍ଗନ୍ଧ ବାହାରେ

   ପରିବେଶ ସର୍ବନାଶ ।

ଉପକରଣର କିଣା ବିକା କାମ

   କାଗଜ ଦ୍ୱାରା କରିବା

ଦୋକାନୁ ସଉଦା ଆଣିବାକୁ ଗଲେ

   କପଡା ଥଳିଟେ ନବା ।

ସ୍ୱଳପ ଶବ୍ଦରେ ବାଜିଲେ ସାଉଣ୍ଡ

   ହୁଏ ନାହିଁ ପ୍ରଦୂଷଣ

ଖତ ଗଦା ନୁହଁ ପଲିଥିନ ପାଇଁ

  ପୋଡ଼ିଦେବା ନିଶ୍ଚେଜାଣ ।

ଲଗାଇବା ଗଛ ରୋକି ପ୍ରଦୂଷଣ

    ପରିବେଶ ହେବ ସୁସ୍ଥ

ସର୍ବେ ସୁଖୀ ରୁହ ନିର୍ମଳ ଧରାରେ

   ନହୋଇଣ ଅସ୍ତବ୍ୟସ୍ତ ।


Rate this content
Log in

Similar oriya poem from Inspirational